ହନିମୁନ୍‌ରେ ଯିବେ ନାହିଁ କ୍ୟାଟ୍-ଭିକ୍କି

Advertisment
ହନିମୁନ୍‌ରେ ଯିବେ ନାହିଁ କ୍ୟାଟ୍-ଭିକ୍କି

ବହୁ ଚର୍ଚ୍ଚିତ ବଲିଉଡ୍ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ରାଜସ୍ଥାନର ସଓ୍ୱାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ସିକ୍‍ସ ସେନ୍‍ସ ଫୋର୍ଟ ବରଓ୍ୱାଡ଼ାରେ ୯ ତାରିଖରେ ସେମାନଙ୍କ ଭବ୍ୟ ବିବାହ ଅନୁଷ୍ଠିତ ହେବ। ତେବେ ବିବାହ ପରେ କ୍ୟାଟ୍ରିନା ଓ ଭିକ୍କି ହନିମୁନ୍‌ରେ ଯାଇ ସମୟ ନଷ୍ଟ କରିବାକୁ ଚାହୁନାହାନ୍ତି ବୋଲି ସୂଚନା ମିଳିଛି। ବ୍ୟସ୍ତବହୁଳ ସୁଟିଂରୁ କିଛି ଦିନର ବିରତି ନେଇ ସେମାନେ ବିବାହ କରୁଛନ୍ତି। ତେଣୁ ବିବାହ ସରିବା ପରେ ସେମାନେ ପୁଣି ଥରେ ନିଜ ନିଜ ଚୁକ୍ତି ଅନୁଯାୟୀ ସୁଟିଂ ସେଟ୍‍କୁ ଫେରିଯିବେ। କ୍ୟାଟ୍ରିନାଙ୍କର ଶ୍ରୀରାମ ରାଘବନଙ୍କ ନିର୍ଦେଶିତ ଚଳଚ୍ଚିତ୍ରର ସୁଟିଂ ଜାରି ରଖିବାର ଥିବା ବେଳେ ଭିକ୍କି ଦିନେଶ ବିଜନଙ୍କ ଚଳଚ୍ଚିତ୍ରର ସୁଟିଂରେ ପୁଣି ଯୋଗ ଦେବେ।

ଉଲ୍ଲେଖଯୋଗ୍ୟ, ଉଭୟ ପକ୍ଷର ପରିବାରବର୍ଗ ସମେତ ନିମନ୍ତ୍ରିତ ବନ୍ଧୁମାେନ ଗତ ସୋମବାର ରାତିରୁ ବିବାହ ଉତ୍ସବ ସ୍ଥଳରେ ପହଞ୍ଚି ସାରିଛନ୍ତି। ଗତ ମଙ୍ଗଳବାର ଠାରୁ ବିବାହର ବିଭିନ୍ନ ରୀତିନୀତି ଆରମ୍ଭ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ସେମାନଙ୍କ ସଂଗୀତ ଉତ୍ସବ ସରିଥିବା ବେଳେ ବୁଧବାର ହଳଦୀ ଉତ୍ସବ ସମ୍ପନ୍ନ ହୋଇଛି। କବିର ଖାନ, ମିନି ମାଥୁର, ନେହା ଧୁପିଆ, ଅଙ୍ଗଦ ବେଦୀ, ଗୁରଦାସ ମାନ, ସିମରନ କୌର ପ୍ରମୁଖ ସେଲିବ୍ରିଟି ଏହି ବିବାହ ଉତ୍ସବରେ ସାମିଲ ହୋଇଥିବାର ଜଣାପଡ଼ିଛି। ତେବେ କ୍ୟାଟ୍ରିନାଙ୍କ ମାଆ ସୁଜୈନ ଟର୍କୁଅଟ୍ ଭିକ୍କିଙ୍କ ମାତା-ପିତାଙ୍କୁ ଆସନ୍ତା ବର୍ଷ ଜାନୁଆରିରେ ଲଣ୍ଡନ୍ ଯିବାକୁ ନିମନ୍ତ୍ରିତ କରିଛନ୍ତି। ତେଣୁ ଏହି ନବବିବାହିତ ଦମ୍ପତି ଆସନ୍ତା ବର୍ଷ ଲଣ୍ଡନ୍ ଯିବାର ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe