‘ଜିରୋ’ ଚଳଚ୍ଚିତ୍ରର ବବିତା ଚରିତ୍ର ସହ ନିଜ ବାସ୍ତବ ଜୀବନର ସାମଞ୍ଜସ୍ୟ ଥିବା କଥାକୁ ଅସ୍ୱୀକାର କଲେ କ୍ୟାଟ୍‌

Advertisment
‘ଜିରୋ’ ଚଳଚ୍ଚିତ୍ରର ବବିତା ଚରିତ୍ର ସହ ନିଜ ବାସ୍ତବ ଜୀବନର ସାମଞ୍ଜସ୍ୟ ଥିବା କଥାକୁ ଅସ୍ୱୀକାର କଲେ କ୍ୟାଟ୍‌

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖଙ୍କ ସହ ଚଳିତବର୍ଷ ଡିସେମ୍ବରରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମାଙ୍କର ଏକ ଚଳଚ୍ଚିତ୍ର ଆସୁଥିବାର ଖବର ନିଶ୍ଚୟ ଥିବ ଆପଣଙ୍କ ପାଖରେ। ଆଗାମୀ ମାସ ରିଲିଜ୍‌ ହେବାକୁ ଥିବା ‘ଜିରୋ’ର ଇତି ମଧ୍ୟରେ ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି।

ଏଥିରେ କ୍ୟାଟ୍ରିନାଙ୍କ ଭୂମିକା ରହିଛି ଉଲ୍ଲେଖନୀୟ। ତେବେ ଏହି ଚଳଚ୍ଚିତ୍ରରେ କ୍ୟାଟ୍‌ ବବିତା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। କ୍ୟାଟ୍‌ଙ୍କ ଚଳଚ୍ଚିତ୍ର ଭୂମିକା ସହିତ ବାସ୍ତବ ଜୀବନରେ କିଛିଟା ସାମଞ୍ଜସ୍ୟ ଅଛି ବୋଲି କେହି କେହି ଦର୍ଶନ ସଂଯୋଗ କରିଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି କ୍ୟାଟ୍ରିନା।

ବବିତା ଚରିତ୍ର ସହିତ ତାଙ୍କର କିଛି ବି ଗୁଣ ମିଶୁ ନାହିଁ। ସେ ବାସ୍ତବ ଜୀବନରେ ସଂପୂର୍ଣ୍ଣ ଭିନ୍ନ। ବାସ୍ତବ ଜୀବନରେ ମୋର ବ୍ୟବହାର ଖୁବ୍‌ ଭଲ ଓ ମୁଁ ଖୁବ୍‌ ସୂକ୍ଷ୍ମ ବୋଲି କ୍ୟାଟ୍‌ ପ୍ରକାଶ କରିଛନ୍ତି।

‘ଜିରୋ’ ଚଳଚ୍ଚିତ୍ରଟିରେ ପ୍ରମୁଖ ହଲିଉଡ୍‌ ଷ୍ଟାର୍‌ ଡେମି ମୋରେ ଓ ଲିଣ୍ଡସେ ଲୋହନଙ୍କ ପରି ଅଭିନେତ୍ରୀ ଙ୍କ ସଂଘର୍ଷମୟ କାହାଣୀ ଉଲ୍ଲେଖ କରାଯାଇଛି ବୋଲି ଉଠିଥିବା କଥାକୁ କ୍ୟାଟ୍‌ ଅସ୍ୱୀକାର କରିଛନ୍ତି। କାହାଣୀଟିର ସଂପୂର୍ଣ୍ଣ ଶ୍ରେୟ ସେ ନିର୍ଦ୍ଦେଶକ, କାହାଣୀକାର ଓ ନିଜକୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe