ନୂଆଦିଲ୍ଲୀ: ଅଭିନେତ୍ରୀ କଟ୍ରିନା କୈଫ ସଲମାନ ଖାନଙ୍କର ବହୁତ ଭଲ ବନ୍ଧୁ ଅଟନ୍ତି ଏବଂ ଦୁହେଁ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି । କଟ୍ରିନା କୈଫ ଆଜି ବିବାହ କରୁଛନ୍ତି। ଏହି ଅବସରରେ ସଲମାନ ଏବଂ କଟ୍ରିନାଙ୍କ ବନ୍ଧୁତ୍ୱର କାହାଣୀ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି କଥାକୁ ସଲମାନ ଖାନ ଏକ ଟିଭି ସାକ୍ଷାତକାରରେ ସେୟାର କରିଥିଲେ ।
ସଲମାନ ଖାନ ଏକ ସାକ୍ଷାତକାରରେ କହିଥିଲେ ଯେ ଜନ୍ କଟ୍ରିନାଙ୍କୁ ସାୟା ନାମକ ଫିଲ୍ମରୁ ବାହାର କରି ଦେଇଥିଲେ। କଟ୍ରିନା ସ୍ଥାନରେ ତାରା ଶର୍ମାଙ୍କୁ ନେଇଥିଲେ। ଏହି ସମୟରେ କଟ୍ରିନା ବହୁତ ଭାଙ୍ଗି ପଡ଼ିଥିଲେ। କାନ୍ଦିକାନ୍ଦି କହିଥିଲେ ମୋର ସମ୍ପୂର୍ଣ୍ଣ କ୍ୟାରିୟର ନଷ୍ଟ ହୋଇଗଲା। ତିନିଦିନ ପର୍ଯ୍ୟନ୍ତ କଟ୍ରିନାଙ୍କୁ ସମ୍ଭାଳିବା ଓ ତାଙ୍କୁ ବୁଝାଇବା ପାଇଁ ବହୁତ କଷ୍ଟ ହୋଇଥିଲା। ମୁଁ ସେହି ସମୟରେ ତାଙ୍କୁ କହିଥିଲି ଯେ ଅଜଥାରେ କାନ୍ଦୁଛ। କିଛି ବର୍ଷ ପରେ ତୁମେ ଏହି ସମୟକୁ ମନେ ପକାଇ ନିଶ୍ଚୟ ହସିବ।
ପରେ, ଜନ୍ ଆବ୍ରାହମ୍ ଏବଂ କଟ୍ରିନା କୈଫ ଏକାଠି ନ୍ୟୁୟର୍କ ଚଳଚ୍ଚିତ୍ର କରିଥିଲେ ଏବଂ ଏହା ହିଟ୍ ମଧ୍ୟ ହୋଇଥିଲା । ଏହି ସମୟରେ କ୍ୟାଟ୍ରିନା ସଲମାନ ଖାନଙ୍କ ନିକଟକୁ ଆସି ଜନଙ୍କୁ ବଦଳାଇବା ପାଇଁ କହିଥିଲେ। ଯେଉଁଥିରେ ସଲମାନ ଖାନ ତାଙ୍କୁ ବୁଝେଥିଲେ ଯେ ତାଙ୍କୁ ବଦଳାଯାଇପାରିବ । କିନ୍ତୁ ତାହା ଠିକ ହେବ ନାହିଁ। ଏହା ପରେ କଟ୍ରିନା ସଲମାନଙ୍କ କଥା ମାନି ଥିଲେ। ଜନଙ୍କ ସହ କାମ ବି କରିଥିଲେ, ଆଉ ନ୍ୟୁୟର୍କ ଚଳଚ୍ଚିତ୍ର ହିଟ୍ ବି ହୋଇଥିଲା।
Follow Us