ବାହାଘରରେ କଟ୍ରିନା ଓ ଭିକ୍କିଙ୍କୁ ଏହି ଅଭିନେତା-ଅଭିନେତ୍ରୀ ଦେଇଛନ୍ତି ଏଭଳି ଉପହାର

Advertisment
ବାହାଘରରେ କଟ୍ରିନା ଓ ଭିକ୍କିଙ୍କୁ ଏହି ଅଭିନେତା-ଅଭିନେତ୍ରୀ ଦେଇଛନ୍ତି ଏଭଳି ଉପହାର

ନୂଆଦିଲ୍ଲୀ:  ଭିକ୍କି କୌଶଳ ଓ କଟ୍ରିନା କୈଫଙ୍କ ବିବାହ ଧୁମଧାମରେ ପାଳିତ ହୋଇଯାଇଛି। ଭିକ୍କି ଓ କଟ୍ରିନାଙ୍କ ବିବାହ ୨୦୨୧ର ସବୁଠାରୁ ଦାମି ବିବାହ ବୋଲି କୁହାଯାଉଛି। ଭିକ୍କି ଓ କଟ୍ରିନାଙ୍କ ବିବାହରେ ସେମାନଙ୍କ ସାଙ୍ଗସାଥୀମାନଙ୍କ ସମେତ ବଲିଉଡ ସେଲିବ୍ରିଟିମାନେ  ମହଙ୍ଗା ଉପହାର ବି ଦେଇଥିବା ଶୁଣିବାକୁ ମିଳୁଛି।

ସବୁଠାରୁ ଅଧିକ ଚର୍ଚ୍ଚା କଟ୍ରିନାଙ୍କ ଏକ୍ସବୟଫ୍ରେଣ୍ଡଙ୍କୁ ନେଇ ହେଉଛି। ବଲିଉଡ ସୁପରଷ୍ଟାର ସଲମାନ ଖାନ କଟ୍ରିନା କୈଫଙ୍କୁ ୩କୋଟିର ରେଞ୍ଜ ରୋଭର ଉପହାର ଦେଇଛନ୍ତି। ସଲମାନ କଟ୍ରିନାଙ୍କୁ କେତେ ପସନ୍ଦ କରନ୍ତି ଏକଥା ସମସ୍ତେ ଜାଣିଛନ୍ତି। ସଲମାନଙ୍କ ସହିତ କଟ୍ରିନା ସ୍କ୍ରିନ ସେୟାର କରିଛନ୍ତି। ଦୁହିଁଙ୍କ ଅନସ୍କ୍ରିନ ଯୋଡ଼ି ବି ହିଟ ରହିଛି। ଦର୍ଶକ ବି ପରଦାରେ କଟ୍ରିନା ଓ ସଲମାନଙ୍କ ‌ଯୋଡ଼ିକୁ ବେଶ ପସନ୍ଦ କରନ୍ତି।

ସେହିପରି ରଣବୀର କପୁର କଟ୍ରିନାଙ୍କୁ ଏକ ହୀରା ହାର ଉପହାର ଦେଇଥିବା ଚର୍ଚ୍ଚାକୁ ଆସିଛି। ଏହି ହୀରା ହାର ମୂଲ୍ୟ ୨.୭ କୋଟି ଟଙ୍କା  ହେବ ବୋଲି କୁହାଯାଉଛି।

ଏହି କ୍ରମରେ କଟ୍ରିନା କୈଫଙ୍କୁ ଆଲିଆ ଭଟ୍ଟ ପରଫ୍ୟୁମର ଏକ ବାସ୍କେଟ, ଅନୁଷ୍କା ଶର୍ମା ୬.୪ଲକ୍ଷ ଟଙ୍କାର ହୀରାର କାନଫୁଲ, ଶାହାରୁଖ ଖାନ ୧.୫ ଲକ୍ଷ ଟଙ୍କାର ମହଙ୍ଗା ପେଣ୍ଟିଂ ଉପହାର ଦେଇଛନ୍ତି। ଭିକ୍କି କୌଶଲଙ୍କୁ ହ୍ରିତିକ ରୋଶନ ୩ଲକ୍ଷ ଟଙ୍କାର ବିଏମଡବ୍ଲୁ ଜି୩୧୦ ଆର, ତପସି ପନ୍ନୁ ପ୍ଲାଟିନମର ୧.୪ ଲକ୍ଷ ଟଙ୍କାର ବ୍ରେସଲେଟ ଉପହାର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe