ପରଦାରେ ପ୍ରଥମେ କ୍ୟାଟ୍‌ଙ୍କ ଓଠରେ ଚୁମ୍ବନ ଦେଇଥିଲେ କିଙ୍ଗ୍‌ଖାନ, ଏହାକୁ ନେଇ କ୍ୟାଟ୍‌ ଏମିତି ଭାବନ୍ତି

ପରଦାରେ ପ୍ରଥମେ କ୍ୟାଟ୍‌ଙ୍କ ଓଠରେ ଚୁମ୍ବନ ଦେଇଥିଲେ କିଙ୍ଗ୍‌ଖାନ, ଏହାକୁ ନେଇ କ୍ୟାଟ୍‌ ଏମିତି ଭାବନ୍ତି

ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଯେ ରୋମାନ୍ସର କିଙ୍ଗ୍‌ ବୋଲାଉଥିବା ଶାହାରୁଖ୍‌ ଖାନ ୨୦୧୨ ମସିହା ପୂର୍ବରୁ କେବେ କେଉଁ ଅଭିନେତ୍ରୀଙ୍କ ଓଠରେ ଚୁମ୍ବନ ଦେଇ ନଥିଲେ। ପ୍ରଥମେ ସେ ‘ଜବ୍‌ ତକ୍‌ ହୈ ଜାନ୍‌’ ଚଳଚ୍ଚିତ୍ରରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ଚୁମ୍ବନ ଦେବା ଖବର ଚାରିଆଡ଼େ ବେଶ୍‌ ଚର୍ଚ୍ଚା ପାଲଟିଥିଲା। ନିକଟ ଭବିଷ୍ୟତରେ ଦର୍ଶକମାନେ ଏହି ଯୋଡ଼ିଙ୍କୁ ‘ଜିରୋ’ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ପଚରା ଯାଇଥିବା ଏକ ଅଖାଡୁଆ ପ୍ରଶ୍ନର ଖୁବ୍‌ ଚତୁରତାର ସହ ଉତ୍ତର ଦେଇଛନ୍ତି କ୍ୟାଟ୍‌। କିଙ୍ଗ୍‌ଖାନ୍‌ ପ୍ରଥମେ ତାଙ୍କୁ ‘କିସ୍‌’ ଦେଇଥିବାରୁ ସେ ନିଜକୁ ଭାଗ୍ୟବତୀ ବୋଲି ଭାବନ୍ତି କି? ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କ୍ୟାଟ୍‌ କହନ୍ତି, ‘ନାଁ, ମୁଁ ଭାଗ୍ୟବତୀ ନୁହେଁ। ବରଂ ମୋତେ ‘କିସ୍‌’ କରିଥିବାରୁ ସେ ଭାଗ୍ୟବାନ।’

ସେହି ଉତ୍ସବରେ କ୍ୟାଟ୍‌ ନିଜର ବଲିଉଡ୍‌ କ୍ୟାରିୟର୍‌ ସଂପର୍କରେ ବି କଥା ହୋଇଛନ୍ତି। ‘ମେନେ ପ୍ୟାର୍‌ କିୟୁଁ୍ୟ କିୟା’ରୁ ନେଇ ‘ନମସ୍ତେ ଲଣ୍ଡନ’, ‘ସିଂହ ଇଜ୍‌ କିଙ୍ଗ୍‌’ ପରି ଆହୁରି ଅନେକ ଚଳଚ୍ଚିତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିଥିବା କ୍ୟାଟ୍‌ କୁହନ୍ତି ସେ ବିଭିନ୍ନ ଧରଣର ଚରିତ୍ରରେ ନଜର ଆସିଥିବାରୁ ନିଜକୁ ଭାଗ୍ୟବତୀ ଭାବନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe