Times of India
ମୁମ୍ବାଇ: ବଲିଉଡ୍ ଏବେ କେଉଁ କ୍ଷେତ୍ରରେ ପଛରେ ରହିଛି, ସେ ବିଷୟରେ ଜଣାଇଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ତାଙ୍କ କହିବା ମୁତାବକ, ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା କାହାଣୀ ଲେଖିବାରେ ଏବେ ବି ବଲିଉଡ୍ ପଛରେ ରହିଛି। ଏକ ଇଭେଣ୍ଟରେ ଯୋଗ ଦେଇ ସେ ଏଭଳି ମତ ରଖିଛନ୍ତି।
Deccan Chronicleତାଙ୍କ କହିବା ମୁତାବକ, ଯଦି ଆମେ ଆମେରିକୀୟ ସିନେମା ଦେଖିବା ତେବେ ମହିଳାଙ୍କ ପାଇଁ ବହୁତ ଭଲ ଭଲ ସ୍କ୍ରିପ୍ଟ ଆମକୁ ମିଳିଯିବ। ସେଠାରେ ଅଭିନେତ୍ରୀମାନଙ୍କୁ ହିରୋ ହିସାବରେ ପରଦାରେ ଦର୍ଶକେ ଦେଖନ୍ତି। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଏବେ ବି ଆମେରିକୀୟ ଫିଲ୍ମରେ ରାଜ୍ କରି ଚାଲିଛନ୍ତି। ଏହା ସହ ଏଭଳି ଅନେକ ସୋ’ ରହିଛି, ଯେଉଁଠି ମହିଳାଙ୍କୁ ଆଖି ଆଗରେ ରଖି ସ୍କ୍ରିପ୍ଟ ଲେଖାଯାଇଛି। ଏଭଳି ସ୍କ୍ରିପ୍ଟ ଲେଖିବାରେ ବଲିଉଡ ଏବେ ବି ପଛରେ ରହିଛି। ମୁଁ ଏବେ ସେଭଳି କାହାଣୀ ଖୋଜିବା ସହ ଲୋକଙ୍କୁ ଏ ବିଷୟରେ ଜଣାଉଛି। ତେବେ କ୍ୟାଟ୍ରିନାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ, ତାଙ୍କୁ ଶେଷଥର ପାଇଁ ଦର୍ଶକେ ‘ଭାରତ’ରେ ଦେଖିବାକୁ ପାଇଥିଲେ। ଯାହା ପରେ ଆଗକୁ ସେ ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ବୋଲି ଜଣାପଡ଼ିଛି।
Follow Us