ସୁସ୍ଥ ନାହାନ୍ତି କି କଟ୍ରିନା? ଏଭଳି ଭିଡିଓ ଭାଇରାଲ ହେବାରୁ ଚିନ୍ତାରେ ପ୍ରଶଂସକ

ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ ଏକ ଇଭେଣ୍ଟକୁ ଯାଇଥିବାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ‌କଳା ରଙ୍ଗର ପ୍ୟାଚ୍ ତାଙ୍କ ହାତରେ ଥିବାରୁ କଟ୍ରିନାଙ୍କର କ’ଣ ହୋଇଛି ବୋଲି ଭାବି ଚିନ୍ତାରେ ତାଙ୍କ ପ୍ରଶଂସକ।

katrinaa

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ ସବୁବେଳେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ମାସ ହେବ ସେ କୌଣସି ଫିଲ୍ମରେ ନଜର ଆସିନଥିବା ବେଳେ ଏବେ ସେ ଏକ ଇଭେଣ୍ଟକୁ ଯାଇଥିବାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ‌କଳା ରଙ୍ଗର ପ୍ୟାଚ୍ ତାଙ୍କ ହାତରେ ଥିବାରୁ କଟ୍ରିନାଙ୍କର କ’ଣ ହୋଇଛି ବୋଲି ଭାବି ଚିନ୍ତାରେ ପ୍ରଶଂସକ। ଭିଡିଓ ଭାଇରାଲ ହେବା ପରେ କଟ୍ରିନା ସୁସ୍ଥ ନଥିବା ନେଇ ପ୍ରଶଂସକ ସନ୍ଦେହ କରୁଥିବା ବେଳେ ଏଭଳି ପ୍ୟାଚ୍ ଲାଗିବା ପଛର କାରଣ ପଚାରିବାରେ ଲାଗିଛନ୍ତି।

ସୂଚନା ମୁତାବକ, କଟ୍ରିନା ଏକ ନବରାତ୍ରୀ ଇଭେଣ୍ଟକୁ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ହାତରେ କଳା ରଙ୍ଗର ପ୍ୟାଚ୍ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ଏଭଳି ପ୍ୟାଚ୍ ମଧୁମେହ ଥିବା ରୋଗୀ ବ୍ୟବହାର କରନ୍ତି। ରକ୍ତରେ ସର୍କରା ସ୍ତର ଯାଞ୍ଚ କରିବା ପାଇଁ ରୋଗୀକୁ ଏଭଳି ପ୍ୟାଚ୍ ଦିଆଯାଏ। କିଛି ଲୋକ ଏହି କଳା ପ୍ୟାଚଟି ଫିଟନେସ ଯାଞ୍ଚରେ ବ୍ୟବହାର କରାଯାଏ ବୋଲି ଦାବି କରିଛନ୍ତି। ତେବେ କଟ୍ରିନାଙ୍କର ମଧୁମେହ ଅଛି କି ନାହିଁ ଓ ସେ କେଉଁ କାରଣ ପାଇଁ ଏହି ପ୍ୟାଚ୍ ପିନ୍ଧିଛନ୍ତି ତାହା ସାମ୍ନାକୁ ଆସିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe