Advertisment

ବିକି କୌଶଲଙ୍କ ପରେ କରୋନା ଆକ୍ରାନ୍ତ ହେ‌ଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ

Advertisment
ବିକି କୌଶଲଙ୍କ ପରେ କରୋନା ଆକ୍ରାନ୍ତ ହେ‌ଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ

ମୁମ୍ବାଇ: ଗତକାଲି କରୋନା ଆକ୍ରାନ୍ତ ହୋଇଥିଲେ ବଲିଉଡ ଅଭିନେତା ବିକି କୌଶଲ। ଏନେଇ ସେ ଇନଷ୍ଟା ଜରିିଆରେ ନିଜ ପ୍ରଶଂସକଙ୍କୁ ଜଣାଇଥିବା ବେଳେ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ। କ୍ୟାଟ୍ରିନା ମଧ୍ୟ ନିଜର ଇନଷ୍ଟା ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଏହି ସୂଚନା ଦେଇଛନ୍ତି।

publive-image indiatoday

ସେ କରିଥିବା ଇନଷ୍ଟା ପୋଷ୍ଟରେ ଲେଖାଯାଇଛି ଯେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ରିପୋର୍ଟ ପଜିଟିଭ ଆସିବା ପରେ ତୁରନ୍ତ ମୁଁ ନିଜକୁ ଅଲଗା କରି ଘର ଙ୍ଗରୋଧରେ ରହିଛି। ମୁଁ ମୋର ଡାକ୍ତରଙ୍କ ପରାମର୍ଶରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରୁଛି। ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ତୁରନ୍ତ ପରୀକ୍ଷା କରିବାକୁ ଅନୁରୋଧ। ଆପଣଙ୍କର ସମସ୍ତ ଭଲପାଇବା ଏବଂ ସମର୍ଥନ ପାଇଁ କୃତଜ୍ଞ। ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ। କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ କମେଣ୍ଟ କରି ତାଙ୍କର ଆ‌ରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe