ndtv.in
ମୁମ୍ବାଇ: ବଲିଉଡ୍ ଓ ଟିଭି ସୋ’ର ଅଭିନେତା/ ଅଭିନେତ୍ରୀମାନେ ବଡ଼ ଧୁମ୍ଧାମ୍ରେ କ୍ରିସ୍ମାସ୍ ଉତ୍ସବ ମନାଇଛନ୍ତି। ସେମାନଙ୍କ କ୍ରିସ୍ମାସ୍ ଗେଟ୍-ଅପ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏପରି କିଛି ସେଲିବ୍ରେଟି ଅଛନ୍ତି ଯେଉଁମାନଙ୍କ ପାଇଁ ଏ ବର୍ଷର କ୍ରିସ୍ମାସ୍ ବେଶ୍ ସ୍ବତନ୍ତ୍ର ଥିଲା।
ଆପଣ ଜାଣିଥିବେ ନିଶ୍ଚୟ ଯେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କର ବିବାହ ପରେ ଏହା ଦ୍ବିତୀୟ କ୍ରିସ୍ମାସ। ଅଭିନେତ୍ରୀ ଗତ ସଂଧ୍ୟାରେ କ୍ରିସ୍ମାସ୍ ଉତ୍ସବ ମନାଇବାର କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।
ଯେଉଁ ଫଟୋରେ ସେ ନିଜ ପରିବାର ସଦସ୍ୟଙ୍କ ସହ ନଜର ଆସିଛନ୍ତି। ଏହାଛଡ଼ା ସେ ଏକ କ୍ରିସ୍ମାସ୍ ଟ୍ରି’ର ବି ଫଟୋ ସେୟାର୍ କରିଛନ୍ତି। ସେଥିରେ ତାଙ୍କର ଓ ତାଙ୍କ ସ୍ବାମୀ ଭିକି କୌଶଲଙ୍କର ଏକ ଯୁଗଳ ଫଟୋ ଲାଗିଥିବାର ଦେଖିବାକୁ ମିଳିଛି।
ଏହି ଫଟୋକୁ ଦେଖିବା ପରେ କ୍ୟାଟ୍ରିନା ଗର୍ଭବତୀ ଅଛନ୍ତି ବୋଲି ପ୍ରଶଂସକମାନେ ସନ୍ଦେହ କରୁଛନ୍ତି। କାରଣ କ୍ୟାଟ୍ଙ୍କ ସାମ୍ନାରେ ଅନେକ କିଛି ସ୍ବାଦିଷ୍ଟ ଖାଦ୍ୟ ଥୁଆ ହୋଇଥିବାର ଦେଖିବାକୁ ମିଳିଛି।
ଫଟୋରେ କ୍ୟାଟ୍ ଓ ଭିକିଙ୍କ ବ୍ୟତୀତ କ୍ୟାଟ୍ରିନାଙ୍କ ଶାଶୂ, ଶଶୁର, ଦିଅର ଓ କ୍ୟାଟ୍ଙ୍କ ଭଉଣୀ ନଜର ଆସିଛନ୍ତି। କ୍ୟାଟ୍ ଗର୍ଭବତୀ ଅଛନ୍ତି କି ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀ ପ୍ରଶ୍ନ କରୁଥିବାର ଶୁଣିବାକୁ ମିଳିଛି।
ଆପଣଙ୍କୁ ଜଣାଇ ଦେଉଛୁ ଯେ ଡିସେମ୍ବର ୯ ତାରିଖରେ କ୍ୟାଟ୍ ଏବଂ ଭିକି ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ଉତ୍ସବ ମନାଇଛନ୍ତି। ନିକଟ ଅତୀତରେ କ୍ୟାଟ୍ ଗର୍ଭବତୀ ଥିବା ଚର୍ଚ୍ଚା ଆଗରୁ ବି ହୋଇସାରିଛି।
Follow Us