The Economic Times
କ୍ୟାଟ୍ରିନା କୈଫ୍ ନିଜ ସଂଘର୍ଷ ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏକ ମଜାଳିଆ ଭିଡିଓ ସେୟାର କରିବା ସହ ନିଜକୁ ‘ଅନାଡ଼ି’ ବୋଲି ମଧ୍ୟ କହିଛନ୍ତି। ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିଥିଲେ ହେଁ ଟେକ୍ନୋଲୋଜି ସହ ଏତେ ସଂଶ୍ଳିଷ୍ଟ ନଥିବାରୁ ତାଙ୍କ ଫିଟ୍ନେସ ପ୍ରଶିକ୍ଷକ ଯାସ୍ମିନ କରାଚିୱାଲା ଓ ଆଲିୟା ଭଟ୍ଟଙ୍କ ଭଉଣୀ ଶାହିନ ଭଟ୍ଟଙ୍କୁ ଅଜାଣତରେ ଭିଡିଓ କଲ୍ କରିଦେଇଥିଲେ। ଏହି ଅବସରରେ ସେ ନୂଆ ଟେକ୍ନୋଲୋଜି ସମ୍ପର୍କରେ ଅନଭିଜ୍ଞ ବାବଦରେ ମନ କଥା ବଖାଣିଥିଲେ।
ନିକଟରେ କ୍ୟାଟ୍ରିନା ନିଜର ଅଭିନୀତ ଫିଲ୍ମ ‘ଫୋନ ଭୂତ’ରେ ନଜର ଆସିବେ। ଫିଲ୍ମରେ ତାଙ୍କ ସହ ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିସହ ସେ ରୋହିତ ସେଟ୍ଟୀଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ ମଧ୍ୟ ଦେଖିବାକୁ ମିଳିବେ।
Follow Us