ଶେଷ ମୁହୂର୍ତ୍ତରେ ଚଳଚ୍ଚିତ୍ର ଅଫର୍‌ ମିଳିବା ପରେ ଏମିତି ପ୍ରତିକ୍ରିୟା ରଖିଲେ କ୍ୟାଟ୍‌

ଶେଷ ମୁହୂର୍ତ୍ତରେ ଚଳଚ୍ଚିତ୍ର ଅଫର୍‌ ମିଳିବା ପରେ ଏମିତି ପ୍ରତିକ୍ରିୟା ରଖିଲେ କ୍ୟାଟ୍‌

ମୁମ୍ବାଇ: ଶେଷ ମୁହୂର୍ତ୍ତରେ ‘ଭାରତ’ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରାଙ୍କ ବଦଳରେ ନାୟିକା ସାଜିଲେ କ୍ୟାଟ୍ରିନା କୈଫ୍‌। ପ୍ରିୟଙ୍କା ଏବର୍ଷ ବିବାହ ନିଷ୍ପତ୍ତି ନେବାରୁ ଏପରି ଏକ ପରିସ୍ଥିତି ଉପୁଜିଥିଲା। ପ୍ରିୟଙ୍କାଙ୍କ ବଦଳରେ କିଏ ଏହି ଚଳଚ୍ଚିତ୍ରରେ ନାୟିକା ସାଜିବ ବୋଲି ଦୀର୍ଘ ଦୀନ ଧରି ଦ୍ୱନ୍ଦ୍ୱ ରହିଥିଲା। ଶେଷରେ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର୍‌ ସଲମାନଙ୍କ ବିପକ୍ଷରେ ତାଙ୍କ ପୂର୍ବ ପ୍ରେମିକା କ୍ୟାଟ୍‌ଙ୍କୁ ଚୟନ କରିଛନ୍ତି।

ଶେଷ ମୁହୂର୍ତ୍ତରେ ଚଳଚ୍ଚିତ୍ର ଅଫର୍‌ ମିଳିବାରୁ କିପରି ଅନୁଭବ ହେଉଛି ବୋଲି କ୍ୟାଟ୍‌ଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହନ୍ତି, ‘ସେପରି କିଛି ନୁହେଁ। ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ମୋର ଖୁବ୍‌ ଭଲ ବନ୍ଧୁ। ମୁଁ ପୂର୍ବରୁ ତାଙ୍କ ସହ ‘ମେରି ବ୍ରଦର କି ଦୁଲ୍‌ହନ୍‌’ ଓ ‘ଟାଇଗର୍‌ ଜିନ୍ଦା ହୈ’ କରିସାରିଛି। ଦୁଇଟି ଯାକ ଚଳଚ୍ଚିତ୍ର ସଫଳ ହୋଇଛି। ତାଙ୍କ ସହ କାର୍ଯ୍ୟ କରିବାକୁ ମୋତେ ଖୁବ୍‌ ଭଲ ଲାଗେ। ‘ଭାରତ’ର କାହାଣୀ ଓ ଚରିତ୍ର ଶୁଣିବା ପରେ ହିଁ ମୁଁ ଅଫର୍‌ ଗ୍ରହଣ କରିଛି। ନିର୍ଦ୍ଦେଶକଙ୍କ ସହ ପୂର୍ବରୁ ଯେଉଁ ସବୁ ଚଳଚ୍ଚିତ୍ର କରିଛି ଖୁବ୍‌ ମଜା ଆସିଥିବାରୁ ଆଶା କରୁଛି ଏହି ଚଳଚ୍ଚିତ୍ର ବି ମୋର ମନୋରଞ୍ଜନ କରାଇବ।’

publive-image

ଅଭିନେତ୍ରୀ କ୍ୟାଟ୍‌ଙ୍କୁ ଚଳଚ୍ଚିତ୍ରକୁ ଏକ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି ସଲମାନ। ସେ ଟୁଇଟ୍‌ କରିଛନ୍ତି, ‘ଜଣେ ସୁନ୍ଦର ଓ ସୁଶୀଳା, ଯାହାର ନାମ କ୍ୟାଟ୍ରିନା କୈଫ୍‌। ‘ଭାରତ’ର ଜୀବନକୁ ଅପଣଙ୍କୁ ସ୍ୱାଗତ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe