ସୂରଜ ପାଞ୍ଚୋଲିଙ୍କ ସହ ଡେବ୍ୟୁ କରିବେ କ୍ୟାଟ୍‌ଙ୍କ ଭଉଣୀ ଇସାବେଲ୍‌

Advertisment
ସୂରଜ ପାଞ୍ଚୋଲିଙ୍କ ସହ ଡେବ୍ୟୁ କରିବେ କ୍ୟାଟ୍‌ଙ୍କ ଭଉଣୀ ଇସାବେଲ୍‌

ମୁମ୍ବାଇ: ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ କ୍ୟାଟ୍ରିନା କୈଫ୍‌ଙ୍କ ସାନ ଭଉଣୀ ଇସାବେଲ୍‌ ଏବେ ପ୍ରସ୍ତୁତ। ଏକ ଦୈନିକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବକ, ଇସାବେଲ୍‌ ବଲିଉଡ୍‌ର ‘ଟାଇମ୍‌ ଟୁ ଡ୍ୟାନ୍ସ’ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ଏଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ବିପକ୍ଷରେ ଅଭିନୟ କରିବେ ସୂରଜ ପାଞ୍ଚୋଲି। ଏଠାରେ ଜଣାଇ ଦେଉଛୁ ଯେ ୨୦୧୫ ମସିହାରୁ ସୂରଜ ତାଙ୍କର ଡେବ୍ୟୁ କରି ସାରିଛନ୍ତି। ପ୍ରଥମ ଥର ପାଇଁ ବଲିଉଡ୍‌ ସହ ଯୋଡ଼ି ହେବାକୁ ଯାଉଥିବା ଇସାବେଲ୍‌ ସୁଟିଂ ସେଟ୍‌ରେ ନାନା ନଖରା ଦେଖାଇ ଚର୍ଚ୍ଚାରେ ରହି ସାରିଛନ୍ତି।

publive-image

ଇସାବେଲ୍‌ ନିକଟରେ ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାରେ ସାକ୍ଷାତ୍‌କାର ଜରିଆରେ କହିଛନ୍ତି, ‘ମୁଁ ବୁଲିବା ପାଇଁ ମୁମ୍ବାଇ ଆସିଥିଲି। ଏଠାରେ ଆସି ଜାଣିବାକୁ ପାଇଲି ଯେ ଟି ସିରିଜ୍‌ ନିଜର ଏକ ଚଳଚ୍ଚିତ୍ର ପାଇଁ ଜଣେ ନବାଗତାଙ୍କୁ ଖୋଜୁଛି। ଏକଥା ଜାଣିବା ପରେ ମୁଁ ତାଙ୍କୁ ନିମନ୍ତ୍ରଣ କଲି ଥରେ ଆସି ମୋ ସୁଟ୍‌ ଦେଖିବା ପାଇଁ। ପ୍ରଯୋଜକଙ୍କୁ ମୁଁ ପସନ୍ଦ ଆସିଲି ଏବଂ ‘ଟାଇମ୍‌ ଟୁ ଡ୍ୟାନ୍ସ’ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe