ଅମିତାଭଙ୍କ ଦାଢ଼ି ସ୍ପର୍ଶ ପାଇଁ ଅନୁମତି ମାଗିଲେ ପ୍ରତିଯୋଗୀ

Advertisment

‘କୌନ ବନେଗା କରୋଡପତି ୧୬'ର ହଟସିଟରେ ବସିଥିବା ପ୍ରତିଯୋଗୀ ଅଲକା ସିଂ ଅମିତାଭଙ୍କ ଦାଢ଼ି ସ୍ପର୍ଶ ପାଇଁ ମାଗିଲେ ଅନୁମତି। ବିଗ ବି ଦେଲେ ଏଭଳି ପ୍ରତିକ୍ରିୟା; ଭିଡିଓ ଭାଇରାଲ

‘କୌନ ବନେଗା କରୋଡପତି ୧୬'ର ହଟସିଟରେ ବସିଥିବା ପ୍ରତିଯୋଗୀ ଅଲକା ସିଂ ଅମିତାଭଙ୍କ ଦାଢ଼ି ସ୍ପର୍ଶ ପାଇଁ ମାଗିଲେ ଅନୁମତି। ବିଗ ବି ଦେଲେ ଏଭଳି ପ୍ରତିକ୍ରିୟା; ଭିଡିଓ ଭାଇରାଲ

amitabh


ନୂଆଦିଲ୍ଲୀ: ‘କୌନ ବନେଗା କରୋଡପତି ୧୬' ଭାରତର ସବୁଠାରୁ ଲୋକପ୍ରିୟ ଟିଭି ସୋ’ ମଧ୍ୟରୁ ଅନ୍ୟତମ। ଏହି ସୋ’ର ଉପସ୍ଥାପକ ଅମିତାଭ ବଚ୍ଚନ ପ୍ରତିଯୋଗୀମାନଙ୍କ ସହିତ କୌତୁହଳପୂର୍ଣ୍ଣ କଥାବାର୍ତ୍ତା ପାଇଁ ବେଶ ଜଣାଶୁଣା ।

ହଟ୍ ସିଟ୍ ଉପରେ ବସିଥିବା ପ୍ରତିଯୋଗୀମାନଙ୍କୁ ସ୍ବାଭାବିକ ଅନୁଭବ କରାଇବା ପାଇଁ ବିଗ୍ ବି ପ୍ରାୟତଃ ମଜାଳିଆ କଥା କହିଥାଆନ୍ତି। ଅନେକ ପ୍ରତିଯୋଗୀ ଅଛନ୍ତି ଯେଉଁମାନେ ବିଗବିଙ୍କୁ ଦେଖି ଭାବବିହ୍ବୋଳ ହୋଇପଡ଼ୁଥିବା ବେଳେ ପ୍ରତିଯୋଗୀଙ୍କ ସଂଘର୍ଷଭରା କାହାଣୀ ଶୁଣି  ଅମିତାଭଙ୍କ ଆଖିରେ ଲୁହ ଜକେଇ ଆସିବାଷର ଆମେ ଅନେକ ଥର ସୋ’ରେ ଦେଖିବାକୁ ପାଇଛେ।

ଅମିତାଭ ବଚ୍ଚନଙ୍କ ‘କୌନ ବନେଗା କରୋଡ଼ପତି ସିଜନ-୧୬’ରେ ପ୍ରତିଯୋଗୀ ଅଲକା ସିଂ ହଟ ସିଟରେ ବସିବାର ସୁଯୋଗ ପାଇଥିଲେ। ୨୪ବର୍ଷୀୟ ଅଲକା ଡାକଘରେ ପୋଷ୍ଟମାଷ୍ଟର ଭାବରେ କାମ କରନ୍ତି । ସୋ’ରେ ଅଲକା ଖୁବ ସୁନ୍ଦର ଭାଟବେ ଖେଳ ଖେଳି ୩,୨୦,୦୦୦ ଟଙ୍କା ରୋଜଗାର କରିଥିଲେ ।

ଅଲକା ସିଂ ଯେତେବେଳେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିଥିଲେ, ସେତେବେଳେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡ଼ିଥିଲେ। ବିଗ୍ ବି ଏହା ଦେଖି ତାଙ୍କୁ କିଛି ଟିସୁ ବଢ଼ାଇ ଦେଇଥିଲେ। ଆଉ କହିଥିଲେ ହଟସିଟରେ ବସିଲେ ଅନେକ ପ୍ରତିଯୋଗି କାନ୍ଦି ଥାଆନ୍ତି।
ଅଲକା ବିଗ ବିଙ୍କୁ ଉତ୍ତର ଦେଇ କହିଥିଲେ, ‘ମୁଁ ଏତେ ବି କାନ୍ଦି ନାହିଁ।’ ଏହାପରେ ବିଗ ବି ଅଲକାଙ୍କୁ ମଜାଳିଆ ଶୈଳୀରେ କ୍ଷମା ମାଗିଥିଲେ। ଅଲକା କିଛି ସମୟ ସ୍ଥିର ରହି କହିଥିଲେ, ‘ସାର ମୁଁ ଆପଣଙ୍କ ଦାଢ଼ିକୁ ସ୍ପର୍ଶ କରି ପାରିବି କି?’

ଅଲକାଙ୍କ ଏହି ଇଚ୍ଛାକୁ ସମ୍ମାନ ଜଣାଇ ବିଗ ବି କହିଥିଲେ, ‘ତୁମେ ତୁମର ଭାଇ କି ବାପାଙ୍କ ଦାଢ଼ି ସ୍ପର୍ଶ କରି ନାହଁ କି?
ପ୍ରତିଯୋଗୀ କହିଥିଲେ, ‘ବାପା କି ଭାଇ କେହି କେବେ ଦାଢ଼ି ରଖନ୍ତି ନାହିଁ।’ ଏହାପରେ ଅମିତାବଭ ବଚ୍ଚନ କହିଥିଲେ ତେବେ ସୋ’ ଶେଷ ପରେ ତୁମେ ମୋର ଦାଢ଼ି ସ୍ପର୍ଶ କରି ପାରିବ।

ଅଧିକପଢ଼ନ୍ତୁ ପୁଣି ଏକ ଲଘୁଚାପ ସମ୍ଭାବନା: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe