‘କୌନ ବନେଗା କରୋଡପତି-୧୧’ର ଦ୍ୱିତୀୟ ବିଜୟିନୀ ତାଙ୍କ ଟଙ୍କାକୁ କେଉଁ କାମରେ ଲଗାଇବେ?

‘କୌନ ବନେଗା କରୋଡପତି-୧୧’ର ଦ୍ୱିତୀୟ ବିଜୟିନୀ ତାଙ୍କ ଟଙ୍କାକୁ କେଉଁ କାମରେ ଲଗାଇବେ?

Photo Credit: Instagram

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୋ’ ‘କୌନ ବନେଗା କରୋଡପତି’ ସିଜିନ୍‌-୧୧ର ଦ୍ୱିତୀୟ ବିଜୟିନୀ ହୋଇଛନ୍ତି ବବିତା ତାଡେ। ତାଙ୍କ ପୂର୍ବରୁ ଜଣେ ଏହି ସୋ’ରେ ୧ କୋଟି ଜିତି ସାରିଛନ୍ତି। ତେବେ, ବବିତାଙ୍କୁ ଯେତେବେଳେ ପଚରାଗଲା କି ଆପଣ ଜିତିଥିବା ଟଙ୍କାକୁ ନେଇ କ’ଣ କରିବେ ସେ କହିଛନ୍ତି କି ଜିତିଥିବା ଟଙ୍କାରେ ସେ ଗୋଟେ ମନ୍ଦିର ଆଉ ସ୍କୁଲ୍‌ କାମରେ ଲଗାଇବେ।

publive-image Hindi News - India TV

‘କୌନ୍‌ ବନେଗା କରୋଡପତି’ରୁ ବିଜୟିନୀ ହେବା ପରେ ‘ଜୁମ୍‌ ଟିଭି’ରେ ତାଙ୍କୁ ପଚରା ଯିବାରୁ ସେ ଏପରି ଉତ୍ତର ରଖିଛନ୍ତି। ସେ ତାଙ୍କ ବ୍ୟକ୍ତିଗତ ଜୀବନ, ସଂଘର୍ଷ ଓ ଭବିଷ୍ୟତ ଯୋଜନାକୁ ନେଇ ଗୁଡ଼ାଏ କଥା ପ୍ରକାଶ କରିଛନ୍ତି। ଜିତିଥିବା ଟଙ୍କାରୁ କିଛି ଭାଗକୁ ସେ ତାଙ୍କ ଅଞ୍ଚଳରେ ଏକ ଶିବ ମନ୍ଦିର କରିବାରେ ଲଗାଇବେ ଓ ଆଉ କିଛି ଭାଗ ଟଙ୍କାରେ ସେ ରୋଷେଇ କରୁଥିବା ସ୍କୁଲ୍‌ର ରୋଷେଇ ଘରେ ଖର୍ଚ୍ଚ କରିବେ।

ତାପରେ ସେ ଆହୁରି ବି କହିଛନ୍ତି ଯେ ତାଙ୍କ ସ୍ୱାମୀ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ସେ ତାଙ୍କ ସ୍ୱାମୀଙ୍କୁ ବି କିଛି ମାତ୍ରାରେ ସାହାଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe