ରାତାରାତି ଷ୍ଟାର୍ ହେଲେ କୟାଦୁ!

Advertisment

ଆଜିକାଲିକା ସମୟରେ କିଏ କେତେବେଳେ ଲୋକଙ୍କ ପ୍ରିୟ ପାଲଟିଯିବ ତାହା ସହଜରେ ଆକଳନ କରିହେବ ନାହିଁ। ନିକଟରେ ଇଣ୍ଟରନେଟ୍ ସେନ୍‌ସେସନ୍‌ ପାଲଟିଛନ୍ତି ତାମିଲ୍‌ ଫିଲ୍ମ ‘ଡ୍ରାଗନ୍’ର ଅଭିନେତ୍ରୀ କୟାଦୁ ଲୋହର।

ଆଜିକାଲିକା ସମୟରେ କିଏ କେତେବେଳେ ଲୋକଙ୍କ ପ୍ରିୟ ପାଲଟିଯିବ ତାହା ସହଜରେ ଆକଳନ କରିହେବ ନାହିଁ। ନିକଟରେ ଇଣ୍ଟରନେଟ୍ ସେନ୍‌ସେସନ୍‌ ପାଲଟିଛନ୍ତି ତାମିଲ୍‌ ଫିଲ୍ମ ‘ଡ୍ରାଗନ୍’ର ଅଭିନେତ୍ରୀ କୟାଦୁ ଲୋହର।

sfsfcxcx

ଆଜିକାଲିକା ସମୟରେ କିଏ କେତେବେଳେ ଲୋକଙ୍କ ପ୍ରିୟ ପାଲଟିଯିବ ତାହା ସହଜରେ ଆକଳନ କରିହେବ ନାହିଁ। ନିକଟରେ ଇଣ୍ଟରନେଟ୍ ସେନ୍‌ସେସନ୍‌ ପାଲଟିଛନ୍ତି ତାମିଲ୍‌ ଫିଲ୍ମ ‘ଡ୍ରାଗନ୍’ର ଅଭିନେତ୍ରୀ କୟାଦୁ ଲୋହର। ତାଙ୍କ ଫିଲ୍ମ ରିଲିଜ୍ ହେବା ପରେ ପରେ ହିଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେ ଏବେ ଭାଇରାଲ୍ ଗାର୍ଲ ପାଲଟି ଯାଇଛନ୍ତି। ବର୍ଷ ବର୍ଷ ଧରି ସିନେମା ଶିଳ୍ପରେ ଜଡ଼ିତ ହୋଇ ରହିଥିଲେ ବି ଏହି ସିନେମାଟି ତାଙ୍କୁ ଷ୍ଟାର୍‌ ପରିଚୟ ପ୍ରଦାନ କରିଛି। ଏହି ସିନେମାରେ ନଜର ଆସିବା ପରେ ହିଁ କୟାଦୁଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ବକୁ ନେଇ ଚର୍ଚ୍ଚା ଜାରିରହିଛି। ସେ ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି ବୋଲି କହିଲେ ଭୁଲ୍ ହେବ ନାହିଁ। କାରଣ ‘ଡ୍ରାଗନ୍’ର ଭୂମିକା ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି।

କୟାଦୁ ଜଣେ ବାଣିଜ୍ୟ ଛାତ୍ରୀ। ସେ ମଡେଲିଂରୁ ନିଜ କ୍ୟାରିୟର୍ ଆରମ୍ଭ କରିଛନ୍ତି। ଅଳଙ୍କାର ଓ  ସୌନ୍ଦର୍ଯ୍ୟ ସାମଗ୍ରୀର ପ୍ରମୋସନ୍‌ ସହ ସେ ନିଜର ଗ୍ଲାମର୍ କ୍ୟାରିୟରର ମୂଳଦୁଆ ପକାଇଥିଲେ। ୨୦୨୧ ମସିହାରେ ଏକ କନ୍ନଡ଼ ଫିଲ୍ମ ଜରିଆରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ କୟାଦୁ। ସେ ମାଲୟାଲମ୍, ମରାଠୀ, ତାମିଲ୍ ଓ ତେଲୁଗୁ ଆଦି ଭାଷାର ସିନେମାରେ କାମ କରିଛନ୍ତି। ମାତ୍ର ଏହା ପୂର୍ବରୁ କେଉଁ ବି ସିନେମାରେ ତାଙ୍କୁ ଏଭଳି ଗ୍ରହଣୀୟତା ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe