ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଛୋଟ ପରଦାର ସୋ’ କୌନ୍ ବନେଗା କରୋଡପତି’ ସିଜନ୍-୧୦ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି। ଏହି ସିଜିନ୍ରେ ଏଯାବତ୍ ଯେତେ ବି ପ୍ରତିଯୋଗୀ ଆସିଛନ୍ତି ୫୦ଲକ୍ଷରୁ ଆଉ ଆଗକୁ ଯାଇ ପାରି ନାହାନ୍ତି। କିନ୍ତୁ ଆସାମରେ ରହୁଥିବା ବିନୀତା ଜୈନ୍ ଏହି ଅଙ୍କ ପାରକରି କୌନ୍ ବନେଗା କରୋଡପତି’ ସିଜନ୍-୧୦ ସୋ’ର ପ୍ରଥମ କୋଟିପତି ପ୍ରତିଯୋଗୀ ବନିଛନ୍ତି। ୧କୋଟି ଟଙ୍କା ଜିତିବା ପରେ ବିନୀତା ଜୈନ୍ ନିଜ ସଂଘର୍ଷମୟ ଜୀବନକୁ ସୋ’ରେ ବଖାଣିଛନ୍ତି। ତାଙ୍କ ସଂଘର୍ଷମୟ କାହଣୀ ଶୁଣି ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା।
/sambad/media/post_attachments/wp-content/uploads/2018/10/pjimage-10-1-300x178.jpg)
୧କୋଟି ଟଙ୍କା ଜିତି ବିନୀତା ଖୁସି ଜାହିର୍ କରିବା ପରେ ନିଜ ସଂଘର୍ଷମୟ ଜୀବନକୁ ମନେ ପକାଇ କହିିଥିଲେ, ୨୦୦୩ ମସିହାରୁ ସେ ବଞ୍ଚିବା ପାଇଁ ଏକାକୀ ସଂଘର୍ଷ କରି ଆସୁଛନ୍ତି। କାରଣ ୨୦୦୩ରେ ତାଙ୍କ ସ୍ୱାମୀ ଏକ ବିଜସେନ୍ ଟ୍ରିପ୍ରେ ଯାଇଥିଲେ କିନ୍ତୁ ସେଠାରୁ ସେ ଆଉ ଫେରି ନଥିଲେ। ନିଜ କଥାକୁ ଆଗାକୁ ବଢ଼ାଇ ଜୈନ୍ କହିଥିଲେ, ପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ସ୍ୱାମୀଙ୍କୁ ଆତଙ୍କବାଦୀ ଅପହରଣ କରି ନେଇଛନ୍ତି। ସ୍ୱାମୀଙ୍କୁ ବହୁତ ଖୋଜିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ସେ ଅସଫଳ ରହିଥିଲେ। ସ୍ୱାମୀଙ୍କୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ, ହେଲେ ସେ ଆଉ ଫେରି ନଥିଲେ। ଏହାପରେ ସେ ଏକାକୀ ଜୀବନ ବଞ୍ଚିବା ପାଇଁ ଆରମ୍ଭ କରିଥିଲେ ସଂଘର୍ଷ। ପ୍ରଥମେ ପ୍ରଥମେ ତାଙ୍କୁ ବହୁତ କଷ୍ଟ ହୋଇଥିଲା। କିନ୍ତୁ ପରେ ସବୁକିଛି ଠିକ୍ ହୋଇ ଯାଇଥିଲା। ପ୍ରଥମେ ଜୈନ୍ ୭ଜଣ ପିଲାଙ୍କୁ ନେଇ ଟ୍ୟୁସନ୍ କରିବା ଆରମ୍ଭ କରି ଦେଇଥିଲେ। ଆଜି ୧୨୫ଜଣଙ୍କୁ ସେ ପାଠ ପଢ଼ାଉଛନ୍ତି।
/sambad/media/post_attachments/wp-content/uploads/2018/10/download-5.jpg)
ଆଇନ ଅନୁଯାୟୀ ବିନୀତାଙ୍କ ସ୍ୱାମୀଙ୍କୁ ମୃତ ବୋଲି ଘୋଷଣା କରି ଦିଆଯାଇଛି, କିନ୍ତୁ ବିନୀତା ଆଜି ବି ତାଙ୍କ ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି। ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ୭ବର୍ଷ ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କୁ ଆଇନ୍ ଅନୁଯାୟୀ ମୃତ ବୋଲି ଘୋଷଣା କରାଯାଇଥାଏ।
ବିନୀତାଙ୍କଠାରୁ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ଶୁଣିବା ପରେ ଅମିତାଭ ବଚ୍ଚନ ତାଙ୍କ ଦୁଃଖରେ ଦୁଃଖୀ ହେବା ସହ ସୁଖମୟ ଭବିଷ୍ୟତର କାମନା କରିଛନ୍ତି। ବୀନିତା ଜୈନ୍ଙ୍କ ଏହି ସୋ’ ଆଜି ରାତିରେ ଟେଲିକାଷ୍ଟ ହେବ। ଏହା ଦେଖିବା କଥା କି ବୀନିତା କେମିତି ୧କୋଟି ଟଙ୍କା ଜିତିଛନ୍ତି। ସୋ’ର ପ୍ରିମିୟରରେ ଦେଖିବାକୁ ମିଳୁଛି ବିଗ୍ ବି ଏବେ ବିନୀତାଙ୍କୁ ୭କୋଟି ପାଇଁ ପ୍ରଶ୍ନ ପଚାରୁଛନ୍ତି। ବିନୀତା ଏହି ପ୍ରଶ୍ନର ଉତ୍ତର ଦେଇ ପାରୁଛନ୍ତି କି ନାହିଁ ସୋ’ ଟେଲିକାଷ୍ଟ ହେବା ପରେ ହିଁ ତାହା ଜଣାପଡ଼ିବ।
Follow Us