Samaja Live English
ପାଟ୍ନା: ମେଗା ରିୟାଲିଟି ସୋ’ ‘କୌନ୍ ବନେଗା କରୋଡପତି’ ସିଜିନ-୧୧ର ପ୍ରଥମ ବିଜେତା ହେଉଛନ୍ତି ବିହାରର ଜେହେନାବାଦ୍ ଜିଲ୍ଲାର ସନୋଜ ରାଜ୍। ଏହି ସିଜିନ୍ରେ ୧ କୋଟି ଟଙ୍କା ଜିତିବାରେ ସନୋଜ ପ୍ରଥମ। ୧ କୋଟି ଟଙ୍କାର ବିଜେତା ସନୋଜ ନିଜର ଅନେକ ଖୁସି ବ୍ୟକ୍ତ କରିଛନ୍ତି। ସେ ଜିତିଥିବା ସମସ୍ତ ଟଙ୍କା ତାଙ୍କ ବାପାଙ୍କର ବୋଲି ସନୋଜ କହିଛନ୍ତି।
Samaja Live Englishସନୋଜ କୁହନ୍ତି, ‘ମୋ ବାପା ଜଣେ ଚାଷୀ। ମୁଁ ତାଙ୍କୁ ଟଙ୍କା ଦେବା କଥା ଭାବୁନାହିଁ। ବାସ୍ତବ କଥା ହେଲା ଏହା ତାଙ୍କ ଟଙ୍କା। ଆମ ପରିବାରର ଆର୍ଥିକ ଅବସ୍ଥା ହେତୁ ମୋ ବାପା ବେଶି ପାଠ ପଢ଼ି ପାରିଲେ ନାହିଁ। ମୁଁ ପଢ଼ିଲା ବେଳେ ସେପରି ପରିସ୍ଥିତି ସାମ୍ନା କରିନାହିଁ। ମୋ ସଫଳତାର ସମସ୍ତ ଶ୍ରେୟ ମୋ ବାପାଙ୍କର।’ ସନୋଜ ଯେଉଁ ପ୍ରଶ୍ନ ପାଇ ବିଜେତା ହେଲେ ସେହି ପ୍ରଶ୍ନଟି ଥିଲା, ‘କେଉଁ ଭାରତୀୟ ଜଷ୍ଟିସ୍ଙ୍କ ବାପା ଏକ ଭାରତୀୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।’
Follow Us