୯ରୁ କେବିସି-୧୨ ସୁଟିଂ ଆରମ୍ଭ

Advertisment
୯ରୁ କେବିସି-୧୨ ସୁଟିଂ ଆରମ୍ଭ

PeepingMoon.com

ଲୋକପ୍ରିୟ ରିଅଲିଟି ସୋ ‘କୌନ୍‌ ବନେଗା କରୋଡପତି’ ସିଜିନ୍‌-୧୨ ସୁଟିଂ ସେଟ୍‌ର ଆଜି ପୂଜା କରାଯାଇଛି। ସୁଟିଂ ପାଇଁ ପୂର୍ବ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଥିବା ବେଳେ ଆସନ୍ତା ୯ତାରିଖରୁ ଏହାର ସୁଟିଂ ଆରମ୍ଭ ହେବ ବୋଲି ନିର୍ମାତାମାନେ ସୂଚନା ଦେଇଛନ୍ତି। ଆଜି ସୁଟିଂ ସେଟ୍‌ରେ ପୂଜା ହୋଇଥିବା ବେଳେ ଏହାର କିଛି ଫଟୋ ନିର୍ମାତାମାନେ ଟ୍ବିଟ୍‌ରରେ ସେୟାର କରି ଏହି ସୂଚନା ଦେଇଛନ୍ତି। କେବିସି ସୁଟିଂର ଯୋଜନା ବହୁ ପୂର୍ବରୁ କରାଯାଇଥିଲା। କିନ୍ତୁ ଉପସ୍ଥାପକ ବିଗ୍‌ ବି’ ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହେବା ପରେ ଏହା ବିଳମ୍ବ ହୋଇଛି। ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ସୁଟିଂ ସେଟ୍‌ରେ କରୋନା ସଚେତନତା ଉପରେ ବେଶ୍‌ ନଜର ରଖାଯାଇଛି। ଏନେଇ ବିଭିନ୍ନ ଫଟୋ ବିଗ୍‌ ବି ସେୟାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe