Advertisment

ବହୁତ କଷ୍ଟ ହୁଏ; ଜୟାଙ୍କୁ ନେଇ ପ୍ରଶ୍ନ କରାଯିବାରୁ ଏଭଳି କହିଲେ ଅମିତାଭ

Advertisment

କେବିସି ମଞ୍ଚରେ ଅମିତାଭ ବଚ୍ଚନଙ୍କ ସହ ପ୍ରତିଯୋଗୀମାନେ ମଜାଳିଆ ବାର୍ତ୍ତାଳାପ କରୁଥିବା ଦେଖାଯାଏ | କିନ୍ତୁ ଏବେ ଜଣେ ପ୍ରତିଯୋଗୀ ତାଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି, ଯାହାର ଉତ୍ତର ଏବେ ଭାଇରାଲ ହେଉଛି।

କେବିସି ମଞ୍ଚରେ ଅମିତାଭ ବଚ୍ଚନଙ୍କ ସହ ପ୍ରତିଯୋଗୀମାନେ ମଜାଳିଆ ବାର୍ତ୍ତାଳାପ କରୁଥିବା ଦେଖାଯାଏ | କିନ୍ତୁ ଏବେ ଜଣେ ପ୍ରତିଯୋଗୀ ତାଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି, ଯାହାର ଉତ୍ତର ଏବେ ଭାଇରାଲ ହେଉଛି।

amitabh

ମୁମ୍ବାଇ: ବହୁତ କଷ୍ଟ ହୁଏ। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ନେଇ ପ୍ରଶ୍ନ କରାଯିବାରୁ ଏଭଳି କହିଲେ ବିଗ୍ ବି ଅମିତାଭ ବଚ୍ଚନ। ଅନେକ ସମୟରେ କୌନ ବନେଗା କରୋଡପତି(କେବିସି) ମଞ୍ଚରେ ଅମିତାଭ ବଚ୍ଚନଙ୍କ ସହ ପ୍ରତିଯୋଗୀମାନେ ମଜାଳିଆ ବାର୍ତ୍ତାଳାପ କରୁଥିବା ଦେଖାଯାଏ | ଏବେ ସୋ’ର ୧୬ତମ ସିଜିନ ଚାଲିଥିବା ବେଳେ ଜଣେ ପ୍ରତିଯୋଗୀ ତାଙ୍କୁ ଏପରି ପ୍ରଶ୍ନ ପଚାରିଥିବା ଦେଖାଯାଇଥିଲା, ଯାହାକୁ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବିସିସକୁ ଆସିଥିବା ପ୍ରତିଯୋଗୀ ସୁମିତ୍ରା ଦୀନେଶଙ୍କ ପ୍ରଶ୍ନ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହେବା ସହ ପରେ ଜୋରରେ ହସିବାକୁ ଲାଗିଥିଲେ ବିଗ୍ ବି। 

ସୁମିତ୍ରା ଦୀନେଶ ବିଗ୍ ବିଙ୍କୁ ପଚାରିଥିଲେ ଯେ, କେବେ ଆପଣ ସମୟ ନଦେଲେ ଜୟା ବଚ୍ଚନ ଅଭିଯୋଗ କରନ୍ତି କି? ଉତ୍ତରରେ ବିଗ୍ ବି ହସି ହସି କହିଥିଲେ, “ଓହୋ...କ’ଣ ଆଉ କହିବି? ଏଭଳି ପାରିବାରିକ ପ୍ରଶ୍ନ ଯୋଉ ଆପଣମାନେ ପଚାରନ୍ତି ... ତାହା ଶୁଣି ବହୁତ କଷ୍ଟ ହୁଏ। ବହୁତ ବର୍ଷ ବିତିଗଲାଣି। ଯେତେବେଳେ ମୁଁ ଇଣ୍ଡଷ୍ଟ୍ରିକୁ ଆସିଥିଲି, ସେତେବେଳେ ମୋତେ ଅଧିକ କାମ କରିବାକୁ ପଡ଼ିଥିଲା। ଏମିତି ବି ସମୟ ଥିଲା ଯେତେବେଳେ ମୁଁ ସକାଳ ୭ରୁ ମଧ୍ୟାହ୍ନ ୨ଟା, ମଧ୍ୟାହ୍ନ ୨ଟାରୁ ରାତି ୧୦ଟା ଓ ରାତି ୧୦ଟାରୁ ସକାଳ ୬ଟା ଯାଏ କାମ କରିଛି। ମୋ ବାପା ମୋତେ କହନ୍ତି, ତୁମେ କେତେ କାମ କରୁଛ। ମୁଁ କହେ ବାପା ଏଠାରେ ଟଙ୍କା ବହୁତ କଷ୍ଟରେ ମିଳେ। ମୁଁ ଏତେ ବ୍ୟସ୍ତ ଥିଲେ ବି ଜୟା କେବେ ବି ଅଭିଯୋଗ କରିନାହାନ୍ତି। ତାଙ୍କ ସହ ସମୟ କଟାଇପାରୁନଥିଲେ ବି ସେ କିଛି କହନ୍ତି ନାହିଁ। ସେ ପ୍ରଥମରୁ ବହୁତ ସମର୍ଥନ କରିଛନ୍ତି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe