ଖୁବଶୀଘ୍ର ଆରମ୍ଭ ହେବ କୌନ ବନେଗା କୋରଡପତି ସିଜନ-୧୧

ଖୁବଶୀଘ୍ର ଆରମ୍ଭ ହେବ କୌନ ବନେଗା କୋରଡପତି ସିଜନ-୧୧

ନୂଆଦିଲ୍ଲୀ: ପୁଣି ଥରେ ଛୋଟ ପରଦାରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ କୁଇଜ ଭିତ୍ତିକ ରିୟାଲିଟି ସୋ’ ‘କୌନ ବନେଗା କୋରଡପତି’ର ନୂଆ ସିଜିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସୋନି ଟିଭି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କେବିସିକୁ ନେଇ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ସୁପରଷ୍ଟାର ଅମିତାଭ ବଚ୍ଚନ ସୋ’ରେ ଭାଗ ନେବାକୁ ରେଜିଷ୍ଟ୍ରେସନର ତାରିଖ କହୁଥିବାର ନଜର ଆସିଛନ୍ତି। କେବିସିର ୧୧ ତମ ସିଜିନର ରେଜିଷ୍ଟ୍ରେସନ ଆସନ୍ତା ମେ’ ମାସ ୧ ତାରିଖରେ ହେବାକୁ ଯାଉଛି।

ମେ’ ୧ ତାରିଖ ରାତି ୯ଟା ବେଳେ କେବିସିର ନୂଆ ସିଜିନ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଏପରିକି ଚଳିତ ଥର ମଧ୍ୟ ଅମିତାଭ କେବିସିର ହୋଷ୍ଟ କରୁଥିବାର ଦେଖିବାକୁ ମିଳିପାରେ। ଏବେ ପର୍ଯ୍ୟନ୍ତ କେବିସିର ଗୋଟିଏ ସିଜିନକୁ ଛାଡିଦେଲେ ବାକି ସମସ୍ତ ସିଜିନରେ ଅମିତାଭ ବଚ୍ଚନକୁ ହୋଷ୍ଟ କରୁଥିବାର ଦେଖିବାକୁ ମିଳିଛି । କେବଳ ଗୋଟିଏ ମାତ୍ର ସିଜିନରେ ଶାହାରୁଖ ଖାନଙ୍କୁ ଏହି ସିଟରେ ଦେଖିବାକୁ ମିଳିଥିଲା। କେବିସିର ଚଳିତ ସିଜିନରେ ନୂଆ ଟ୍ୟାଗ୍‌ ଲାଇନ ଅମିତାଭଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଯେଉଁଥିରେ ଅମିତାଭ କହୁଛନ୍ତି, ଯଦି ଏବେଠୁ ହାର ମାନିନେବେ ତେବେ ଜିତିବେ କିପରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe