ଉତ୍ତରଖଣ୍ଡର ୭ଟି ଜିଲ୍ଳାରେ ‘କେଦାରନାଥ’ ଚଳଚ୍ଚିତ୍ର ଉପରେ ରୋକ୍‌

Advertisment
ଉତ୍ତରଖଣ୍ଡର ୭ଟି ଜିଲ୍ଳାରେ ‘କେଦାରନାଥ’ ଚଳଚ୍ଚିତ୍ର ଉପରେ ରୋକ୍‌

ନୈନିତାଲ: କୌଣସି ଆଇନ୍‌ଗତ ସମସ୍ୟାର ସାମ୍ନା କରିବା ଭୟରେ ନୈନିତାଲ ଓ ଉଦମ ସିଂହ ନଗରର ଜିଲ୍ଳା ଦୌରାଜଜ ଗୁରୁବାର ‘କେଦାରନାଥ’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ଏହି ଦୁଇ ଜିଲ୍ଲା ନୁହେଁ, ଉତ୍ତରଖଣ୍ଡର ୭ଟି ଜିଲ୍ଲାରେ ଏହି ଚଳଚ୍ଚିତ୍ରକୁ ନେଇ ପ୍ରତିବନ୍ଧକ ଲଗାଯାଇଛି। ଚଳଚ୍ଚିତ୍ର ଉପରେ ଆନୁଷ୍ଠାନିକ ଭାବେ ପ୍ରତିବନ୍ଧକ ଲଗାଇବା ପାଇଁ ରାଜ୍ୟ ସରକାର ଏଯାବତ୍‌ ନିଷ୍ପତ୍ତି ନେଇ ନାହାନ୍ତି।

ଚଳଚ୍ଚିତ୍ରଟି ସିନେମା ଥିଏଟର୍‌ ପରଦାରେ ଦିଶିବା ପରେ ଏହା କାଳେ ଶାନ୍ତି ଭଙ୍ଗ କରିବ ବୋଲି ଚିନ୍ତା କରି ଏହି ଦୁଇ ଜିଲ୍ଳାର ଦୌରାଜଜ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଉତ୍ତରଖଣ୍ଡ ହାଇକୋର୍ଟ ସ୍ପଷ୍ଟ ମନା କରି ଦେଇଛନ୍ତି।

ଉଲ୍ଳେଖଯୋଗ୍ୟ, ଚଳଚ୍ଚିତ୍ରଟିରେ ୨୦୧୩ ମସିହାର ବନ୍ୟା ଦୃଶ୍ୟକୁ ଚିତ୍ରଣ କରାଯାଇଛି। ଏହାର କାହାଣୀ ହେଉଛି, ଏଥିରେ ଜଣେ ହିନ୍ଦୁ ଝିଅ ଓ ମୁସଲମାନ ପୁଅ ତୀର୍ଥଧାମ କେଦାରନାଥ ଯାଉଥିବା ବେଳେ ପ୍ରେମରେ ପଡ଼ି ଯାଉଛନ୍ତି। ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଛନ୍ତି ସୁଶାନ୍ତ ସିଂହ ରାଜପୁତ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌। ତେବେ, ଏହି ଚଳଚ୍ଚିତ୍ରଟି ‘ଲଭ୍‌ ଜିହାଦ୍‌’କୁ ସମର୍ଥନ କରି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ପ୍ରତିବାଦକାରୀମାନେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe