ହଳଦୀଆ ସୂତାରେ ତିଆରି ମଙ୍ଗଳସୂତ୍ର ପିନ୍ଧିବା ପଛର କାରଣ କହିଲେ କୀର୍ତ୍ତି

କୀର୍ତ୍ତି ସୁରେଶ ୧୫ ବର୍ଷ ଧରି ପ୍ରେମ ସମ୍ପର୍କ ରଖିବା ପରେ ଡିସେମ୍ବର ୨୦୨୪ରେ ଆଣ୍ଟୋନି ଥଟିଲଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ହଳଦୀଆ ସୂତାରେ ତିଆରି ମଙ୍ଗଳସୂତ୍ର ପିନ୍ଧିବା ପଛର କାରଣ ଜଣାଇଛନ୍ତି।

tkeerthysw

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ କୀର୍ତ୍ତି ସୁରେଶ ଅନ୍ୟତମ। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚା‌ରେ ଥିବା କୀର୍ତ୍ତି ଫିଲ୍ମ ‘ମହାନତୀ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି। ଏଇ କିଛିଦିନ ହେଲା ନବବିବାହିତା କୀର୍ତ୍ତି ତାଙ୍କ ମଙ୍ଗଳସୂତ୍ରକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଡିସେମ୍ବର ୧୨, ୨୦୨୪ରେ କୀର୍ତ୍ତିଙ୍କ ବିବାହ ହୋଇଥିବା ବେଳେ ବିବାହ ପରେ ସେ ନିଜର ଫିଲ୍ମ ‘ବେବି ଜନ୍‌’ର ପ୍ରଚାରରେ ବ୍ୟସ୍ତ ହୋଇଯାଇଥିଲେ। ପ୍ରଚାର ସମୟରେ ସେ ନିଜର ମଙ୍ଗଳସୂତ୍ର ପିନ୍ଧିବାକୁ ଭୁଲୁ ନଥିବା ଦେଖିବାକୁ ମିଳିଥିଲା। ତାଙ୍କର ଯେଉଁ ଫଟୋ ସବୁ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲେ, ସେଥିରେ ସେ ଆଧୁନିକ ପୋଷାକ ସହିତ ହଳଦୀଆ ସୂତାରେ ତିଆରି ମଙ୍ଗଳସୂତ୍ର ପିନ୍ଧିଛନ୍ତି।

Keerthy Suresh's Wedding Photos Go Viral: A Dreamy Celebration in Goa -  Chitraseema.org

ଏବେ ପ୍ରତିଦିନ ଏଭଳି ସୂତାରେ ତିଆରି ମଙ୍ଗଳସୂତ୍ର ପିନ୍ଧିବା ପଛର କାରଣ କୀର୍ତ୍ତି ଏକ ସାକ୍ଷାତକାରରେ ଜଣାଇଛନ୍ତି। ତାଙ୍କ କହିବା ମୁତାବକ, "ଫିଲ୍ମର ପ୍ରତ୍ୟେକ ପ୍ରଚାର ସମୟରେ ମୁଁ ହଳଦୀଆ ସୂତାରେ ତିଆରି ମଙ୍ଗଳସୂତ୍ର ପିନ୍ଧିବା ପଛରେ ଏକ କାରଣ ଅଛି। ଆମ ସଂସ୍କୃତି ଅନୁଯାୟୀ ବିବାହ ପରେ ଆମେ ଏହି ପବିତ୍ର ସୂତା କାଢିପାରିବୁ ନାହିଁ। ଶୁଭ ଦିନ ନଆସିବା ପର୍ଯ୍ୟନ୍ତ ଏହାକୁ କାଢିବା କଥା ନୁହେଁ। ଶୁଭ ଦିନ ଆସିଲେ ଏହାକୁ ଏକ ସୁନା ଚେନକୁ ପରିବର୍ତ୍ତନ କରିହେବ। ସାଧାରଣତଃ ବିବାହର ସପ୍ତାହ କିମ୍ବା ୧୦ଦିନ ମଧ୍ୟରେ ଶୁଭ ଦିନ ଆସେ। କିନ୍ତୁ ଆମ କ୍ଷେତ୍ରରେ ଏଭଳି ହେଲା ନାହିଁ। ଜାନୁଆରି ଶେଷ ଆଡକୁ ଶୁଭ ଦିନ ଅଛି। ଏହି ଦିନ ମୁଁ ସୂତାରୁ ‌ସୁନା ଚେନକୁ ବଦଳାଇ ପାରିବି।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe