ନୂଆଦିଲ୍ଲୀ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର କୀର୍ତ୍ତି ସୁରେଶ। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସବୁବେଳେ ଫିଲ୍ମର ଚରିତ୍ରକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବିବାହକୁ ନେଇ ଲାଇମଲାଇଟକୁ ଆସିଛନ୍ତି। କିଛି ଗତ ବର୍ଷ ଦୁବାଇର ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ଫରହାନ୍ ବିନ୍ ଲିଆକତଙ୍କ ସହ କୀର୍ତ୍ତିଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଶୁଣିବାକୁ ମିଳୁଥିଲା ଯେ ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ସେମାନେ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି।
ହେଲେ ପରେ ଖବରଟି ମିଛ ବୋଲି କହିବା ସହ ଫରହାନ୍ ତାଙ୍କ ମନର ମଣିଷ ନୁହନ୍ତି ବୋଲି ସ୍ପଷ୍ଟ କରିଥିଲେ କୀର୍ତ୍ତି | ଏହା ସହ ସଠିକ ସମୟ ଆସିଲେ ମନର ମଣିଷ ବିଷୟରେ ସମସ୍ତଙ୍କୁ କହିବି ବୋଲି କୀର୍ତ୍ତି କହିଥିଲେ | ଏବେ ଖବର ମିଳୁଛି ଯେ, କୀର୍ତ୍ତି ଡ଼ିସେମ୍ବର ୧୧ରେ ତାଙ୍କ ପ୍ରେମିକ ଆଣ୍ଟୋନି ଥଟିଲଙ୍କୁ ବିବାହ କରିବେ | ବିବାହ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ | ଗୋଆରେ ଡିସେମ୍ବର ୧୧ ଓ ୧୨ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିବେ |
କୁହାଯାଉଛି ଯେ, କୀର୍ତ୍ତି ଓ ଆଣ୍ଟୋନିଙ୍କ ପ୍ରେମ ସମ୍ପର୍କ ୧୫ବର୍ଷର | କୀର୍ତ୍ତି ସ୍କୁଲରେ ଥିବା ବେଳେ ଆଣ୍ଟୋନି କଲେଜରେ ପଢୁଥିଲେ | ଦୁହେଁ ୧୫ବର୍ଷ ଧରି ନିଜ ସମ୍ପର୍କ ବିଷୟରେ କାହାକୁ ଜଣାଇ ନଥିବା ବେଳେ ଏବେ ମଧ୍ୟ ଖୁବ ସାଧାରଣ ଭାବରେ ବିବାହ କରିବେ ବୋଲି ଜଣାଯାଇଛି | ଖୁବ ଶୀଘ୍ର କୀର୍ତ୍ତି ଏବିଷୟରେ ଘୋଷଣା କରିବେ ବୋଲି ସାମ୍ନାକୁ ଆସିଛି |
Follow Us