ବିବାହ ବାତିଲ୍‌ କରି କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବାକୁ ଗଲେ ଏହି ସହୃଦୟ ଅଭିନେତା

ବିବାହ ବାତିଲ୍‌ କରି କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କରିବାକୁ ଗଲେ ଏହି ସହୃଦୟ ଅଭିନେତା

ଥିରୁଅନନ୍ତପୁରମ୍‌: ଗତ କିଛି ଦିନ ହେବ କେରଳରେ ବନ୍ୟା ହେବା ପରେ ଦେଶର କୋଣ ଅନୁକୋଣରୁ ରାଜ୍ୟବାସୀଙ୍କ ପାଇଁ ସମବେଦନାର ସୁଅ ଛୁଟିଛି। ଏପରିକି କେରଳର ରାଜ୍ୟ ସରକାରଙ୍କ ରିଲିଫ୍‌ ଫଣ୍ଡ୍‌କୁ ସେଲିବ୍ରିଟିରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସହାୟତା ରାଶି ପ୍ରେରଣ କରୁଛନ୍ତି। କେରଳ ବନ୍ୟା ଅନେକଙ୍କ ଆଖି ଲୁହର କାରଣ ସାଜିଛି। କାହାର ଘର ଭାଙ୍ଗି ଯାଇଛି ତ କାହାର ବହୁ ମୂଲ୍ୟବାନ ଦ୍ରବ୍ୟ ହଜି ଯାଇଛି। ଖାଲି ସେତିକି ନୁହେଁ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିବା ସହ ଆଶ୍ରୟସ୍ଥଳୀକୁ ଲୋକଙ୍କ ସୁଅ ଛୁଟୁଛି।

ଦେଶର ଏକ ରାଜବାସୀ ଏପରି ଅବସ୍ଥାରେ ଜୀବନ ଅତିବାହିତ କରୁଥିବା ବେଳେ ବିବାହ ଭଳି ଏକ ଆନନ୍ଦଦାୟକ କାର୍ଯ୍ୟ କରିବାରୁ ନିଜକୁ ନିବୃତ ରଖିଛନ୍ତି ଜଣେ ମାଲାୟଲମ ଅଭିନେତା। ନିକଟରେ ଅଭିନେତ୍ରୀ ରୀତା ଚଢ଼ାଙ୍କ ସହ ଏକ ଭିଡିଓରେ ନଜର ଆସିଥିବା ମାଲମାୟଲମ ଅଭିନେତା ରାଜୀବ ଗୋବିନ୍ଦ ପିଲାଇ କେରଳବାସୀଙ୍କ ଦୁଃଖରେ ସମବେଦନା ଜଣାଇବା ସହ ଏହା ମଧ୍ୟରେ ହେବାକୁ ଥିବା ନିଜ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏଥିସହିତ ରିଲିଫ୍‌ ପାଣ୍ଠିରେ ଯୋଗ ମଧ୍ୟ ଦେଇଛନ୍ତି। ରାଜୀବ ନିଜ ବିବାହ ବାତିଲ କରି ଉଦ୍ଧାରକାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଘଟଣା ଏବେ ତାଙ୍କ ପ୍ରତି ଲୋକଙ୍କ ସମ୍ମାନ ଆହୁରି ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe