ରିଲିଜର ୧୦ମ ଦିନରେ 'ପଠାନ'କୁ ପଛରେ ପକାଇଲା 'ଦି କେରଳ ଷ୍ଟୋରୀ'

Advertisment
ରିଲିଜର ୧୦ମ ଦିନରେ 'ପଠାନ'କୁ ପଛରେ ପକାଇଲା 'ଦି କେରଳ ଷ୍ଟୋରୀ'

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ 'ଦି କେରଳ ଷ୍ଟୋରୀ'। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୧୫୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମର ୯ମ ଦିନର ଆୟ 'କେଜିଏଫ୍-୨'ର ରେକର୍ଡ ଭାଙ୍ଗିଥିବା ବେଳେ ଏବେ ୧୦ମ ଦିନର ଆୟ ଶାହରୁଖଙ୍କ ସୁପରହିଟ ଫିଲ୍ମ 'ପଠାନ'ର ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି।

ଚଳିତ ବର୍ଷ ଜାନୁଆରି ୨୫ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ' ୨୦୨୩ର ଏପର୍ଯ୍ୟନ୍ତ ସବୁଠୁ ଅଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ ହୋଇ ରହିଛି। କିନ୍ତୁ ମୁକ୍ତିଲାଭ କରିବାର ଦଶମ ଦିନରେ 'ଦି କେରଳ ଷ୍ଟୋରୀ' 'ପଠାନ'କୁ ପଛରେ ପକାଇବାରେ ସଫଳ ହୋଇଛି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନଙ୍କ ପଠାନ ମୁକ୍ତିଲାଭ କରିବାର ଦଶମ ଦିନରେ ବକ୍ସ ଅଫିସରେ ୧୩କୋଟି ଟଙ୍କାର ବ୍ୟବସାୟ କରିଥିଲା। ହେଲେ 'ଦି କେରଳ ଷ୍ଟୋରୀ' ରିଲିଜ୍ ହେବାର ଦଶମ ଦିନରେ ୨୩କୋଟି ଆୟ କରି 'ପଠାନ'ର ରେକର୍ଡ ଭାଙ୍ଗିଛି।

ଫିଲ୍ମକୁ ରିଲିଜ୍ ପୂର୍ବରୁ ବିରୋଧ କରାଯାଉଥିଲେ ବି ଏବେ ଏହାକୁ ପସନ୍ଦ କରୁଛନ୍ତି ଦର୍ଶକ। ଦିନକୁ ଦିନ ଫିଲ୍ମର ଆୟ ବଢ଼ୁଥିବା ବେଳେ ଆଗକୁ ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe