ସରିଲା ଅପେକ୍ଷା, ପରଦାକୁ ଆସିଲା 'କେସରୀ ଚାପ୍ଟର ୨'

ଆଜି ରିଲିଜ୍ ହେଲା ଖିଲାଡୀ କୁମାରଙ୍କ ଦମଦାର୍ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨'। ଚଳଚ୍ଚିତ୍ର ଦେଖିବାକୁ ସିନେମା ହଲରେ ଦର୍ଶକଙ୍କ ପ୍ରବଳ ଭିଡ଼। କେନ୍ଦ୍ର ସରକାରଙ୍କ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ 'କେସରୀ ଚାପ୍ଟର ୨' ଚଳଚ୍ଚିତ୍ରକୁ 'ଏ' ସାର୍ଟିଫିକେଟ୍ ଦେଇଛି।

ଅଦ୍ୟତନ ହୋଇଛି
Keshari chapter 2

Keshari chapter 2 Photograph: (sambad.in)

ମୁମ୍ବାଇ: ସରିଲା ଅପେକ୍ଷା, ପରଦାକୁ ଆସିଲା 'କେସରୀ ଚାପ୍ଟର ୨'। ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାରଙ୍କ ବହୁ  ପ୍ରତୀକ୍ଷିତ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨' ଶେଷରେ ଆଜି ଅର୍ଥାତ ୧୮ ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ଦେଖିବାକୁ ସିନେମା ହଲରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।  

ଖିଲାଡୀ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨' ଏକ ଐତିହାସିକ ଚଳଚ୍ଚିତ୍ର, ଯାହା ୧୯୧୯ ମସିହାର ଜାଲିଆନ୍‌ୱାଲା ବାଗ ହତ୍ୟାକାଣ୍ଡର ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ବ୍ରିଟିଶ ସାମ୍ରାଜ୍ୟକୁ ଚ୍ୟାଲେଞ୍ଜ କରିଥିବା ଓକିଲ ସି.ଶଙ୍କରନ୍ ନାୟରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଅକ୍ଷୟଙ୍କ ବ୍ୟତୀତ, 'କେସରୀ ଚାପ୍ଟର ୨'ରେ ଆର. ମାଧବନ୍ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। 

ଏବେ ଅକ୍ଷୟ କୁମାର ସୋସିଆଲ ମିଡିଆ ପ୍ଳାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ, ''ତୁମେ ଅନେକ କାହାଣୀ ଶୁଣିଥିବ କିନ୍ତୁ ଏ କାହାଣୀ ଏକ ଝଡ଼ ପରି। ସି. ଶଙ୍କରନ୍ ନାୟାରଙ୍କ ଏହି କାହାଣୀ ମୋତେ ଆଶ୍ଚର୍ଯ୍ୟ କରିଥିଲା ​​କାରଣ ଆମେ ଜାଣି ନଥିଲୁ ଯେ ଜାଲିଆନ୍‌ୱାଲା ବାଗ ହତ୍ୟାକାଣ୍ଡ ପରେ, ଜଣେ ବ୍ୟକ୍ତି ସମଗ୍ର ବ୍ରିଟିଶ ସାମ୍ରାଜ୍ୟକୁ କୋର୍ଟକୁ ଟାଣି ଆଣିଥିଲେ ଏବଂ ପରେ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ କରିଦେଇଥିଲେ।''

ଅକ୍ଷୟ ଆହୁରି କହିଛନ୍ତି ଯେ, ''ମୁଁ କେବଳ ଜଣେ କଳାକାର ଭାବରେ ନୁହେଁ ବରଂ ଜଣେ ଭାରତୀୟ ଭାବରେ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨' କରିଛି। ଏହା କେବଳ ଏକ ଚଳଚ୍ଚିତ୍ର ନୁହେଁ.. ଏହା ଏକ ପୁରୁଣା ହିସାବ, ଏହା ଏମିତି ଏକ ଯନ୍ତ୍ରଣାଦାୟକ ସ୍ମୃତି ଯାହାର କଳନା କରାଯାଇପାରିବ ନାହିଁ, ଯାହା ବି ହେଉ ଶେଷରେ-ଏହା ହେଉଛି ଆମକୁ ମିଳିଥିବା ନ୍ୟାୟ।''

ସୂଚନା ଅନୁସାରେ, ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ଫିଲ୍ମକୁ ସାର୍ଟିଫିକେଟ୍ ଦେଇଥାଏ। ସେଇଭଳି 'କେସରୀ ଚାପ୍ଟର ୨' ଚଳଚ୍ଚିତ୍ରକୁ 'ଏ' ସାର୍ଟିଫିକେଟ୍ ମଧ୍ୟ ମିଳିଛି। ଯାହାର ଅର୍ଥ ହେଉଛି, ଚଳଚ୍ଚିତ୍ରରେ ଏପରି ଦୃଶ୍ୟ ରହିଛି ଯାହା କେବଳ ୧୮ ବର୍ଷରୁ ଉର୍ଦ୍ଧ୍ବ ଦର୍ଶକଙ୍କ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ। 

 Entertainment | Akshya Kumar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe