୨୬ ବର୍ଷ ପରେ କେଶବ

Advertisment

ପ୍ରଖ୍ୟାତ ନିର୍ଦ୍ଦେଶକ ଡି.ବିଜୟ ଭାସ୍କରଙ୍କ ସିନେମା ‘ଠାକୁର ଅଛନ୍ତି ଚଉବାହାକୁ’ରୁ ସହକାରୀ ନିର୍ଦ୍ଦେଶକ ଭାବେ ସିନେଜଗତରେ ପଦାର୍ପଣ କରିଥିଲେ। ଏହାପରେ ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘ପାଚେରୀ ଉଠିଲା ମଝି ଦୁଆରୁ’, ‘କୋଟିଏ ମଣିଷ ଗୋଟିଏ....

ପ୍ରଖ୍ୟାତ ନିର୍ଦ୍ଦେଶକ ଡି.ବିଜୟ ଭାସ୍କରଙ୍କ ସିନେମା ‘ଠାକୁର ଅଛନ୍ତି ଚଉବାହାକୁ’ରୁ ସହକାରୀ ନିର୍ଦ୍ଦେଶକ ଭାବେ ସିନେଜଗତରେ ପଦାର୍ପଣ କରିଥିଲେ। ଏହାପରେ ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘ପାଚେରୀ ଉଠିଲା ମଝି ଦୁଆରୁ’, ‘କୋଟିଏ ମଣିଷ ଗୋଟିଏ....

sfsfsf

ପ୍ରଖ୍ୟାତ ନିର୍ଦ୍ଦେଶକ ଡି.ବିଜୟ ଭାସ୍କରଙ୍କ ସିନେମା ‘ଠାକୁର ଅଛନ୍ତି ଚଉବାହାକୁ’ରୁ ସହକାରୀ ନିର୍ଦ୍ଦେଶକ ଭାବେ ସିନେଜଗତରେ ପଦାର୍ପଣ କରିଥିଲେ। ଏହାପରେ ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ‘ପାଚେରୀ ଉଠିଲା ମଝି ଦୁଆରୁ’, ‘କୋଟିଏ ମଣିଷ ଗୋଟିଏ ଜଗା’, ‘ନାଗ ପଞ୍ଚମୀ’ ଓ ‘ମଣି ନାଗେଶ୍ବରୀ’ ଏବଂ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’, ‘ଲକ୍ଷ୍ମଣରେଖା’ ଓ ‘ଧର୍ମ ସହିଲେ ହେଲା’ ଆଦିରେ ସହକାରୀ ଦାୟିତ୍ବ ତୁଲାଇଥିଲେ ସେ। ତେବେ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ‘ରାଜାରାଣୀ’ (ତ୍ରିଭାଷୀ)ରେ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ କେଶବ ମଲ୍ଲିକ। ୧୯୯୯ରେ ମୁକ୍ତିଲାଭ କରିଥିବା ‘ରାଜାରାଣୀ’ ପରେ କିନ୍ତୁ ସେ ଆଉ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେବାର ସୁଯୋଗ ପାଇ ନଥିଲେ।

ଡି. ବିଜୟ ଭାସ୍କର ଓ ମହମ୍ମଦ ମହସୀନଙ୍କ ଭଳି ଦିଗ୍‌ଗଜ ନିର୍ଦ୍ଦେଶକଙ୍କ ସହକାରୀରୁ ନିର୍ଦ୍ଦେଶକ ବନିଛନ୍ତି ସେ। ଓଲିଉଡ୍‌ରେ ତିନି ଦଶକରୁ ଅଧିକ ସମୟ ଧରି ସକ୍ରିୟ ଥିବା କେଶବ ମଲ୍ଲିକଙ୍କ ନିର୍ଦ୍ଦେଶିତ ଦ୍ବିତୀୟ ଓଡ଼ିଆ ଛବି ଏବେ ମୁକ୍ତି ପ୍ରତୀକ୍ଷାରେ...

ପ୍ରାୟ ୨୬ ବର୍ଷ ବ୍ୟବଧାନରେ କେଶବ ମଲ୍ଲିକ ପୁଣି ସିନେମାମୁହାଁ ହୋଇଛନ୍ତି। ସେ ଏବେ ‘ସାର୍’ ଶୀର୍ଷକରେ ଏକ ନୂଆ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ‘ଗଙ୍ଗଶିଉଳି’ ଫେମ୍ ଡକ୍ଟର କମଳ ଲୋଚନ ସାହୁ ଏହାର କାହାଣୀକାର, ସଂଳାପ ଲେଖକ ଓ ପ୍ରଯୋଜକ। ଏଥିରେ ଅଭିଷେକ ରଥ, ଅର୍ଲିନ ଅଙ୍କିତା, ଅଶ୍ରୁମୋଚନ, ଦୀପନ୍ବିତ ଦାଶ ମହାପାତ୍ର ଓ ସମରେଶ ପ୍ରମୁଖ ଅଭିନୟ କରିଛନ୍ତି। ଏହି ସିନେମାର ସଂପାଦନା ଦାୟିତ୍ବରେ ଅଛନ୍ତି ଚନ୍ଦ୍ରଶେଖର ମିଶ୍ର ଓ କୋରିଓଗ୍ରାଫି କରିଛନ୍ତି ଏସ୍.କେ. ମୁରଲୀଧରନ୍। ପ୍ରଥମ ଥର ପାଇଁ ଆରୋହୀ ଅଜିତା ଏଥିରେ ସ୍ବର ସଂଯୋଜନା କରିଛନ୍ତି। ଅବଶ୍ୟ କେଶବ ସିନେମା ଅପେକ୍ଷା ଟେଲି ଧାରାବାହିକରେ ଅଧିକ କାମ କରି ସଫଳତା ସାଉଁଟିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଧାରାବାହିକ ‘କୁନି’ ସର୍ବପ୍ରଥମେ ଡିଡି-୧ରେ ପ୍ରସାରିତ ହୋଇଥିଲା। ଏହାପରେ ସେ ‘ସିଷ୍ଟର ଶ୍ରୀଦେବୀ’, ‘ତୋ ଅଗଣାର ତୁଳସୀ ମୁଁ’, ‘ଶଙ୍ଖା ସିନ୍ଦୂର’, ‘ରାନୀ’, ‘ଜୟମା ଲକ୍ଷ୍ମୀ’ ଆଦି ମେଗା ଧାରାବାହିକ‌ର ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe