Advertisment

ବକ୍ସ ଅଫିସରେ ହଙ୍ଗାମା କଲା ଅକ୍ଷୟ କୁମାରଙ୍କ ‘କେଶରୀ’

Advertisment
ବକ୍ସ ଅଫିସରେ ହଙ୍ଗାମା କଲା ଅକ୍ଷୟ କୁମାରଙ୍କ ‘କେଶରୀ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ନୂଆ ସିନେମା ‘କେଶରୀ’ବକ୍ସ ଅଫିସରେ ହଙ୍ଗାମା କରିଛି। ଏହି ସିନେମା ମାତ୍ର ଚାରି ଦିନ ଭିତରେ ଫିଲ୍ମର ବଜେଟ୍‌ ପରିମାଣର ଅର୍ଥ ଆୟ କରିଛି। ଏହା ଗତ ଚାରି ଦିନ ଭିତରେ ୭୮.୫୧ କୋଟି ଟଙ୍କାର ଆୟ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେଶରୀ ପ୍ରଥମ ଦିନ ୨୧.୦୬ କୋଟି,ଶୁକ୍ରବାର ଦିନ ୧୬.୭୦ କୋଟି ତୃତୀୟ ଦିନ ୧୮.୭୫ କୋଟି ଓ ରବିବାର ଦିନ ୨୨ କୋଟି ଟଙ୍କାର କଲେକସନ୍‌ କରିଛି। ଅକ୍ଷୟ କୁମାରଙ୍କ ୨୦୧୯ର ପ୍ରଥମ ସିନେମା ହେଉଛି ‘କେଶରୀ ’। ୨୦୧୮ ଭଳି ୨୦୧୯ ବି ଅକ୍ଷୟ କୁମାରଙ୍କ ପାଇଁ ଭଲ ବୋଲି ଜଣାଗଲାଣି।‘କେଶରୀ’ଏହାର ପ୍ରମାଣ ବୋଲି କୁହାଯାଉଛି।

publive-image

photo-ndtv

‘କେଶରୀ’ର ବଜେଟ୍‌ ୮୦ କୋଟି ଟଙ୍କା। ଧର୍ମା ପ୍ରଡକସନ୍‌ସ ବ୍ୟାନରରେ ନିର୍ମିତ ‘କେଶରୀ’ର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ।‘କେଶରୀ’ର କାହାଣୀ ସାରାଗଡରେ ୨୧ ଶିଖ୍‌ ଯୋଦ୍ଧାଙ୍କ ଉପରେ ଆଧାରିତ,ଯେଉଁମାନେ ୧୦ ହଜାର ଆକ୍ରମଣକାରୀଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଏହି ସିନେମା ଦେଶର ମୋଟ୍‌ ୩୬୦୦ ସ୍କ୍ରିନ୍‌ ଓ ବିଦେଶରେ ୬୦୦ ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି।‘କେଶରୀ’ରେ ଅକ୍ଷୟ କୁମାରଙ୍କ ବ୍ୟତୀତ ପରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଜସବୀର ପିସି,ତାନିସ୍କ୍‌ ବାଗ୍‌ଚୀ,ଯତିନ୍ଦର ଶାହା ଏହାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe