ରିଲିଜ୍ ହେଉ ହେଉ ଲୋକପ୍ରିୟ ହେଲା ଫିଲ୍ମ କେ.ଜି.ଏଫର ପ୍ରଥମ ଗୀତ 'ତୁଫାନ'

ରିଲିଜ୍ ହେଉ ହେଉ ଲୋକପ୍ରିୟ ହେଲା ଫିଲ୍ମ କେ.ଜି.ଏଫର ପ୍ରଥମ ଗୀତ 'ତୁଫାନ'

aajtak

ମୁମ୍ବାଇ: ରିଲିଜ୍ ହେଉ ହେଉ ଲୋକପ୍ରିୟ ହେଲା ଫିଲ୍ମ କେ.ଜି.ଏଫର ଗୀତ 'ତୁଫାନ'। ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରେ ଥିବା 'କେ.ଜି.ଏଫ'ର ଦ୍ବିତୀୟ ଭାଗ ଏପ୍ରିଲ୍ ୧୪, ୨୦୨୨ରେ ପରଦାରେ ଆସିବାକୁ ଯାଉଛି। କରୋନା ପାଇଁ ଫିିଲ୍ମର ରିଲିଜ୍ ଅଟକି ରହିଥିବା ବେଳେ ଚଳିତ ବର୍ଷ ସୁପରଷ୍ଟାର ୟଶ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ଜଣାପଡ଼ିଛି। ଫିଲ୍ମର ପ୍ରଥମ ଭାଗଟି ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ଏବେ ଦ୍ବିତୀୟ ଭାଗର ପ୍ରଥମ ଗୀତ 'ତୁଫାନ୍' ଲୋକପ୍ରିୟ ହେବାରେ ଲାଗିଛି। ଏହି ଗୀତରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଫିଲ୍ମଟି ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ।

କିଛି ଘଣ୍ଟା ତଳେ ରିଲିଜ୍ ହୋଇଥିବା ପ୍ରଥମ ଗୀତ 'ତୁଫାନ୍'କୁ ୟୁଟ୍ୟୁବରେ ୨୯ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ଏବଂ ହୋମ୍ବଲେ ଫିଲ୍ମସ୍ ବ୍ୟାନରରେ ବିଜୟ କିରାଗାନ୍ଦୁରଙ୍କ ଦ୍ବାରା ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଏପ୍ରିଲ୍ ୧୪, ୨୦୨୨ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଛି। 'କେ.ଜି.ଏଫ'ର ଦ୍ବିତୀୟ ଭାଗ କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲାମ ଭାଷ‌ାରେ ମୁକ୍ତିଲାଭ କରିବ। ମାର୍ଚ୍ଚ ୨୭, ୨୦୨୨ରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

 ଫିଲ୍ବର ଦ୍ବିତୀୟ ଭାଗରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ, ପ୍ରକାଶ ରାଜ୍ ଓ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ। ପ୍ରଥମ ଭାଗଠାରୁ ଦ୍ବିତୀୟ ଭାଗ ଆହୁରି ଦମଦାର ହେବା ସହ ଇତିହାସ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe