ଖତରୋଁ କି ଖିଲାଡିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ରୋହିତ ରଏ, ହାତରୁ ଚାଲିଯାଇପାରେ ସୋ’

Advertisment
ଖତରୋଁ କି ଖିଲାଡିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ରୋହିତ ରଏ, ହାତରୁ ଚାଲିଯାଇପାରେ ସୋ’

timesofindia

ମୁମ୍ବାଇ: ଖତରୋଁ କି ଖିଲାଡିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ଅଭିନେତା ରୋହିତ ରଏ। ହାତରୁ ଚାଲିଯାଇପାରେ ସୋ’। ଖତରୋଁ କେ ଖିଲାଡି ସୋ’ରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିବା ରୋହିତ ରୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକାରେ ସୋ’ର ସୁଟିଂ ସମୟରେ ଅଭିନେତା ରୋହିତ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଖବର ଅନୁଯାୟୀ ଅଭିନେତା ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କେପଟାଉନରୁ ମୁମ୍ବାଇକୁ ପଠାଯିବ ବୋଲି ବ୍ୟବସ୍ଥା କରାଯାଉଛି।

ଏହାପୂର୍ବରୁ ଖତରୋଁ କି ଖିଲାଡିର ସୁଟିଂ ସମୟରେ ଗୁମ୍ ହେ କିସି କେ ପ୍ୟାର୍ ମେଁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମା ମଧ୍ୟ ଆହତ ହୋଇଥିଲେ। ଐଶ୍ୱର୍ଯ୍ୟା ନିଜେ ତାଙ୍କ ଇନଷ୍ଟାରେ ଆହତ ହେବାର ଫଟୋ ସେୟାର କରିଥିଲେ ଏବଂ କହିଥିଲେ ଯେ ତାଙ୍କ ହାତରେ ଅନେକ ଆଘାତ ଲାଗିଛି। ଅଭିନେତ୍ରୀଙ୍କ ହାତ ନାଲି ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା।

ଐଶ୍ବର୍ଯ୍ୟାଙ୍କ ପରେ ଏବେ ରୋହିତ ଗୁରୁତର ଆହତ ହୋଇଛନ୍ତି। ଇ ଟାଇମ୍ସ ଅନୁଯାୟୀ, ୫୪ ବର୍ଷୀୟ ଅଭିନେତା ରୋହିତ ବୋଷ ରୟ, ରୋହିତ ସେଟ୍ଟୀଙ୍କ ଦ୍ୱାରା ଦିଆଯାଇଥିବା ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ଆହତ ହୋଇଥିଲେ। ଗମ୍ଭୀର ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ପଠାଯାଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe