‘ଆଦିପୁରୁଷ’ର ନାୟିକା କିଆରା!

Advertisment
କିଆରାଙ୍କ ପାଇଁ ଗେମ୍‌ ଚେଞ୍ଜର୍‌

Wikimedia Commons

ଓମ୍‌ ରାୱତ୍‌ଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ନାୟିକା ଭୂମିକାରେ ନଜର ଆସିବେ କିଆରା ଆଡ୍‌ଭାନୀ। ଏନେଇ କିଆରାଙ୍କ ସହ ଓମ୍‌ ଯୋଗାଯୋଗ‌ରେ ଥିବା ସୂଚନା ମିଳିଛି। କିଆରା ଏଥିପାଇଁ କିଛି ସମୟ ମାଗିଥିବା ବେଳେ ସେ ରାଜି ହେବେ ବୋଲି ଆଶା କରାଯାଉଛି। ତାଙ୍କ ପୂର୍ବରୁ ଦକ୍ଷିଣୀ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କୁ ଏହି ଚରିତ୍ର ପାଇଁ ଅଫର୍‌ ଦିଆଯାଇଥିଲା। ତେବେ କୌଣସି କାରଣରୁ ସେ ମନା କରିବା ପରେ କିଆରାଙ୍କୁ ଏହି ସୁଯୋଗ ମିଳିଛି। ‘ଆଦିପୁରୁଷ’ ରାମାୟଣ ଉପରେ ଆଧାରିତ ହେବ। ଏଥିରେ ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଓ ସୈଫ୍‌ ଅଲ୍ଲୀ ଖାନ୍‌ ରାବଣ ଚରିତ୍ରରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଏହାର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ୨୦୨୨ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe