Times of India
ମୁମ୍ବାଇ: ଫିଲ୍ମ 'କବୀର ସିଂହ'ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ଅଭିନେତ୍ରୀ କିଆରା ଆଡଭାନୀ। ପୂର୍ବରୁ ତାଙ୍କୁ ଅନେକ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଫିଲ୍ମ 'କବୀର ସିଂହ'ର ପ୍ରୀତି ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା। ଏବେ ତାଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନୟରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ନିଜ ମା’ଙ୍କ ସ୍କୁଲରେ ଛୋଟ ଛୋଟ ଶିଶୁଙ୍କ ଯତ୍ନ ନେଉଥିଲେ ବୋଲି ଜଣାପଡ଼ିଛି।
Gulf Newsଆଗାମୀ ଫିଲ୍ମ ‘ଗୁଡ୍ ନିଉଜ’ର ପ୍ରମୋସନ କରିବା ସମୟରେ ନିଜର ଏଭଳି ପେସା ବିଷୟରେ ଖୁଲାସା କରିଛନ୍ତି କିଆରା। ତାଙ୍କ କହିବା ମୁତାବକ, "ମୁଁ ଜଣେ ଅଭିନେତ୍ରୀ ହେବା ପୂର୍ବରୁ ମା’ଙ୍କ ପ୍ରି-ସ୍କୁଲରେ ଚାକିରି କରୁଥିଲି। ସବୁଦିନ ସକାଳ ୭ଟାରେ ପହଞ୍ଚିବା ସହ ଆସୁଥିବା ଛୋଟ ଛୋଟ ଶିଶୁଙ୍କ ଦେଖାଶୁଣା କରୁଥିଲି। ନର୍ସରୀ ଗୀତ ଶିଖାଇବା ସହ ସେମାନଙ୍କୁ ପାଠ ପଢ଼ାଉଥିଲି। ଏମିତିକି ସେମାନଙ୍କ ଡାଇପର୍ସ ମଧ୍ୟ ବଦଳାଇଛି। ସେ ସବୁ କାମ କରି ମୋତେ ଖୁସି ମିଳୁଥିଲା।"
Follow Us