ଖୁବଶୀଘ୍ର ମା’ ହେବେ କିଆରା. ଗର୍ଭବତୀ ଥିବା ନେଇ କଲେ ଘୋଷଣା

ବଲିଉଡ କଳାକାର ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଦୁହେଁ ୨୦୨୩ରେ ବିବାହ କରିଥିବା ବେଳେ ଏବେ କିଆରା ଏବଂ ସିଦ୍ଧାର୍ଥ ମାତାପିତା ହେବାକୁ ଯାଉଥିବା ଘୋଷଣା କରିଛନ୍ତି।

tkiararara

ମୁମ୍ବାଇ: ବଲିଉଡ କଳାକାର ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ଦୁହେଁ ୨୦୨୩ରେ ବିବାହ କରିଥିବା ବେଳେ ଏବେ କିଆରା ଏବଂ ସିଦ୍ଧାର୍ଥ ଏକ ବଡ଼ ଘୋଷଣା କରିଛନ୍ତି। ଦୁହେଁ ଖୁବଶୀଘ୍ର ମାତାପିତା ହେବେ ବୋଲି ସ୍ବତନ୍ତ୍ର ଢ଼ଙ୍ଗରେ ଜଣାଇଛନ୍ତି ଦମ୍ପତି। ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଦମ୍ପତି ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।

କିଆରା ଏବଂ ସିଦ୍ଧାର୍ଥ ଗର୍ଭଧାରଣର ବିଷୟରେ ଘୋଷଣା କରିବା ସହିତ ଏକ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଦମ୍ପତିଙ୍କ ହାତ ଦେଖାଯାଉଛି ଏବଂ ସେମାନେ ଗୋଟିଏ ଶିଶୁର ମୋଜା ଧରିଥିବାର ଦେଖାଯାଇଛି। ଏହି ଫଟୋ ସହିତ କ୍ୟାପସନରେ ଲେଖାଯାଇଛି, "ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସୁଛି।"

ଉଲ୍ଲେଖଯୋଗ୍ୟ, କିଆରା ଏବଂ ସିଦ୍ଧାର୍ଥଙ୍କର ଦେଖା ୨୦୨୧ ମସିହାରେ ନିର୍ମିତ ଫିଲ୍ମ "ଶେରଶାହ"ର ସୁଟିଂ ସେଟରେ ହୋଇଥିଲା। ଏହି ଫିଲ୍ମ‌ରେ ସିଦ୍ଧାର୍ଥ, ପରମ ବୀର ଚକ୍ର ପାଇଥିବା ସ୍ୱର୍ଗତଃ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହା ସହ କିଆରା ତାଙ୍କ ପ୍ରେମିକା ଡିମ୍ପଲ ଚିମାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ଏବଂ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe