କିଆରା ଆଡଭାନୀଙ୍କୁ ଭେଟିବାକୁ ଏପରି ପାଗଳାମୀ କରିଥିଲେ ଜଣେ ପ୍ରଶଂସକ, ଭୟଭୀତ ହୋଇ ଯାଇଥିଲେ ଅଭିନେତ୍ରୀ

Advertisment
କିଆରା ଆଡଭାନୀଙ୍କୁ ଭେଟିବାକୁ ଏପରି ପାଗଳାମୀ କରିଥିଲେ ଜଣେ ପ୍ରଶଂସକ, ଭୟଭୀତ ହୋଇ ଯାଇଥିଲେ ଅଭିନେତ୍ରୀ

Daily Pioneer

ମୁମ୍ବାଇ: ବଲିଉଡ୍‌ରେ ଥିବା ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ କିଆରା ଆଡଭାନୀ ଅନ୍ୟତମ। ତାଙ୍କର ସୋସିଆଲ୍‌ ମିଡିଆରୁ ନେଇ ସୋସିଆଲ୍‌ ମିଡିଆ ବାହାରେ ଅନେକ ପ୍ରଶଂସକ ରହିଛନ୍ତି। ତେବେ, ଆପଣମାନେ ତ ଜାଣନ୍ତି କି ପ୍ରଶଂସକମାନେ ବେଳେ ବେଳେ ନିଜର ପ୍ରିୟ ତାରକାଙ୍କ ପାଇଁ ପାଗଳାମୀ କରିବାକୁ ବି ପଛାନ୍ତି ନାହିଁ। ନିକଟରେ ସେହିଭଳି ଏକ ଘଟଣା ବିଷୟରେ ଶୁଣିବାକୁ ମିଳିଛି। ଜଣେ ପ୍ରଶଂସକ କିଆରାଙ୍କୁ ଭେଟିବାକୁ ୫୧ ମହଲାର ସିଡି ଚଢ଼ିଥିବା କିଆରା କହିଛନ୍ତି।

କିଆରା ନିଜେ ତାଙ୍କର ଏହି ପ୍ରଂଶସକଙ୍କ ବିଷୟରେ କହିଛନ୍ତି। ସେ କହିଛନ୍ତି କି ଯଦିଓ ପ୍ରଶଂସକଙ୍କ ଏହି ପାଗଳାମୀ ତାଙ୍କୁ ବହୁତ ଆନନ୍ଦ ଦେଇଥିଲା, ଅନ୍ୟପକ୍ଷରେ ଟିକେ ଭୟଭୀତ ବି କରାଇଥିଲା।

ଏକ ସାକ୍ଷାତ୍‌କାରରେ ପଚାରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ କିଆରା ଏହି କାହାଣୀକୁ କହିଥିଲେ। ତାଙ୍କ ପାଇଁ ପ୍ରଶ୍ନ ଥିଲା କି କେଉଁ ପୁରୁଷ ପ୍ରଶଂସକ ତାଙ୍କ ପାଇଁ କେ‌ବେ କୌଣସି ପାଗଳାମୀ ବି କରିଛନ୍ତି କି? ଏହି ପ୍ରଶ୍ନର ଉତ୍ତରରେ କିଆରା ତାଙ୍କ ସହ ଘଟିଥିବା ଉକ୍ତ କାହାଣୀକୁ କହିଛନ୍ତି।

ସେ କହିଛନ୍ତି କି ‘ମୋର ମନେ ଅଛି ଉକ୍ତ ପ୍ରଶଂସକ ଜଣକ ଝାଳରେ ବୁଡ଼ି କରି ଆସି ମୋ ଦୁଆରେ ପହଞ୍ଚିଲେ। ମୁଁ ତାଙ୍କୁ ଦେଖି ଖୁବ୍ ଭୟଭୀତ ହୋଇଗଲି। ସେ ଧଇଁ ସଇଁ ହଉଥିଲେ। ମୁଁ ତାଙ୍କୁ ପାଣି ବି ଯାଚିଲି। ସେ ଲିପ୍ଟରେ ବି ଆସିପାରିଥାନ୍ତେ। ମାତ୍ର ସେ କହିଲେ କି ସେ ମୋତେ ଦେଖାଇବାକୁ ଚାହୁଁଥିଲେ କି ମୁଁ ତାଙ୍କ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe