ଫେବ୍ରୁଆରି ୬ରେ ବିବାହ କରୁଛନ୍ତି କି? ବୋଲି ପଚରାଯିବାରୁ କିଆରା ଦେଲେ ଏଭଳି ପ୍ରତିକ୍ରିୟା

କିଆରା ଓ ସିଦ୍ଧାର୍ଥଙ୍କ ବିବାହକୁ ନେଇ ବଡ଼ ଖୁଲାସା: ଫେବ୍ରୁଆରି ୬ ତାରିଖରେ ହେବନି ବାହାଘର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି କି ଏହି ଯୋଡ଼ି ଜାନୁଆରି ମାସ ପରେ ବିବାହ ବନ୍ଧନରେ ବାନ୍ଧି ହେବ। ତେବେ ନିଜ ବିବାହ ତାରିଖକୁ ନେଇ କିଆରା ଓ ସିଦ୍ଧାର୍ଥ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଯେତେବେଳେ ବି ଏଦୁହିଁଙ୍କୁ ଗଣମାଧ୍ୟମ ବିବାହ ତାରିଖକୁ ନେଇ ପ୍ରଶ୍ନ କରନ୍ତି ସିଦ୍ଧାର୍ଥ ଓ କିଆରା କେବଳ ହସି ଦେଇଥାଆନ୍ତି।

କିଆରା ଆଡଭାନୀ କିଛିଦିନ ପୂର୍ବରୁ 'ମିସନ୍ ମଜନୁ'ର ସ୍କ୍ରିନିଂରେ ନଜର ଆସିଥିଲେ। 'ମିସନ୍ ମଜନୁ' ହେଉଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଚଳଚ୍ଚିତ୍ର । ଏହି କାର୍ଯ୍ୟକ୍ରମରେ କିଆରା ସମ୍ପୂର୍ଣ୍ଣ ଧଳାରଙ୍ଗର ଏକ ସୁନ୍ଦର ପୋଷାକ ପିନ୍ଧିଥିଲେ।

ଅନ୍ୟପକ୍ଷରେ ଯେତେବେଳେ ଗଣମାଧ୍ୟମ କିଆରାଙ୍କ ଫଟୋ ଉଠାଇବା ସହିତ ଫେବ୍ରୁଆରି ୬ ତାରିଖରେ ବିବାହ କରୁଛନ୍ତି କି ? ବୋଲି ପଚାରିବାରୁ କିଆରି ହସି ଦେଇଥିଲେ। କିନ୍ତୁ ବିବାହ ତାରିଖକୁ ନେଇ କୌଣସି ସୂଚନା ଦେଇ ନଥିଲେ। ସମୟ ଆସିଲେ ଜାଣିବ ବୋଲି କହି ଚାଲି ଯାଇଥିଲେ।

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରଶଂସକମାନେ ଖୁବ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ପ୍ରେମୀଯୁଗଳ ଫେବ୍ରୁଆରି ୬ରେ ବିବାହ କରିବାକୁ ଯାଉଛନ୍ତି। ବିବାହ ସ୍ଥାନଠାରୁ ଆରମ୍ଭ କରି ବିବାହ ତାରିଖ ପର୍ଯ୍ୟନ୍ତ, ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଫେବ୍ରୁଆରି  ପ୍ରଥମ ସପ୍ତାହରେ କିଆରା ଏବଂ ସିଦ୍ଧାର୍ଥ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe