କାହିଁକି କିଶୋର କୁମାରଙ୍କୁ ଛାଡି ମିଥୁନ ଚକ୍ରବର୍ତ୍ତୀଙ୍କୁ ବାହା ହୋଇଥିଲେ ଯୋଗିତା ବାଲୀ

Advertisment
କାହିଁକି କିଶୋର କୁମାରଙ୍କୁ ଛାଡି ମିଥୁନ ଚକ୍ରବର୍ତ୍ତୀଙ୍କୁ ବାହା ହୋଇଥିଲେ ଯୋଗିତା ବାଲୀ

ଆଜି ହେଉଛି ବଲିଉଡର ବହୁମୁଖୀ ପ୍ରତିଭାସଂପନ୍ନ କଳାକାର କିଶୋର କୁମାରଙ୍କ ଜନ୍ମଦିନ। ସେ ୧୯୨୯ ମସିହା ଅଗଷ୍ଟ ୪ ତାରିଖରେ ଜନ୍ମ ହୋଇଥିଲେ । ହେଲେ ଆପଣ କ’ଣ ଜାଣନ୍ତି ଯେ କିଶୋର କୁମାର ଚାରି ଚାରି ଥର ବିବାହ କରିଥିଲେ। ହଁ ତାହା ସତ। ମାତ୍ର ୨୧ ବର୍ଷ ବୟସରେ ସେ ପ୍ରଥମ ବିବାହ କରିଥିଲେ। ବଙ୍ଗଳା ସିନେମାର ଅଭିନେତ୍ରୀ ତଥା ଗାୟିକା ରୁମା ଗୁହା ଠାକୁରତାହେଉଛନ୍ତି ତାଙ୍କର ପ୍ରଥମ ପତ୍ନୀ । ବିବାହର ଆଠ ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଏ । ଉଭୟଙ୍କର ପୁଅ ହେଲେ ଜଣାଶୁଣା କଣ୍ଠଶିଳ୍ପୀ ଅମିତ୍‌ କୁମାର।

ତା’ପରେ ୧୯୬୦ରେ ଖ୍ୟାତନାମା ଗାୟକ କିଶୋର କୁମାର ସୁନ୍ଦରୀ ନାୟିକା ମଧୁବାଲାଙ୍କୁ ଦ୍ୱିତୀୟ ବିବାହ କରନ୍ତି। ୧୯୬୯ ମସିହାରେ ମଧୁବାଲାଙ୍କର ଦେହାନ୍ତ ହେବାର ପ୍ରାୟା ସାତବର୍ଷ ପରେ ଅର୍ଥାତ୍‌ ୧୯୭୬ରେ କିଶୋର କୁମାର ଆଉ ଜଣେ ଜଣାଶୁଣା ନାୟିକା ଯୋଗିତା ବାଲୀଙ୍କୁ ବାହା ହୋଇଥିଲେ।ସେତେବେଳେ କିଶୋର ସବୁଠୁ ଅଧିକ ଡିମାଣ୍ଡରେ ଥିଲେ ଏବଂ ପ୍ରଚୁର ଟଙ୍କା ରୋଜଗାର କରୁଥିଲେ।

publive-image

ଚର୍ଚ୍ଚା ହୋଇଥିଲା ଯେ କିଶୋର କୁମାର ରାତିରେ ବସି ଟଙ୍କା ଗଣନ୍ତି। କାରଣ ଦିନରେ ରେକର୍ଡିଂ ବେଳେ ଟଙ୍କା ଗଣିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ଏଥିରେ କ୍ଷୁବ୍ଧ ହୋଇ ଯୋଗିତା କିଶୋର କୁମାରଙ୍କୁ ଡିଭୋର୍ସ କରିବାର ନିଷ୍ପତ୍ତି ନେଇଥିଲେ। ବାହାଘରର ଦୁଇ ବର୍ଷ ପରେ ଯୋଗିତା କିଶୋରଙ୍କୁ ଛାଡି ମିଥୁନ ଚକ୍ରବର୍ତ୍ତୀଙ୍କୁ ବାହା ହୋଇଗଲେ। ଯୋଗିତାଙ୍କ ପରେ କିଶୋର କୁମାର ମଧ୍ୟ ୧୯୮୦ରେ ବଲିଉଡ ନାୟିକା ଲୀନା ଚନ୍ଦ୍ରାଭରକରଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe