Republic World
ସଂପ୍ରତି ଘରୁ ବାହାରିବା ନିରାପଦ ନୁହେଁ ବୋଲି କହିଛନ୍ତି ସୈଫ୍ ଅଲ୍ଲୀ ଖାନ୍। ଏ ସମୟରେ ଅନ୍ତରଙ୍ଗ ଦୃଶ୍ୟରେ ସେ କେତେ ସହଜ ଅନୁଭବ କରିବେ; ସେ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ୫ଶହ କୋରସ ନୃତ୍ୟଶିଳ୍ପୀଙ୍କ ଭିଡ଼ରେ ନୃତ୍ୟ କରିବା ଅପେକ୍ଷା ଜଣଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବା ନିରାପଦ। ଅନସ୍କ୍ରିନ୍ରେ ଚୁମ୍ବନ ଦୃଶ୍ୟ ବାବଦରେ ମତ ରଖି ସେ କହିଛନ୍ତି, ମୁଁ ଅନସ୍କ୍ରିନ୍ ଚୁମ୍ବନ ଦେବାକୁ ପସନ୍ଦ କରେନାହିଁ। ଏହାର କୌଣସି ଆବଶ୍ୟକତା ନାହିଁ। ଯେଉଁଠି ଅତ୍ୟନ୍ତ ଆବଶ୍ୟକ ସେଠାରେ ଏହା ଗ୍ରହଣୀୟ ହୋଇପାରେ। ତେବେ ସର୍ବସାଧାରଣରେ ଚୁମ୍ବନ ଆମ ସଂସ୍କୃତି ନୁହେଁ। ଆମେ ସର୍ବସାଧାଣରେ ଭଲ ପାଇବାର ପରିପ୍ରକାଶ କରିବା ବି ଲୋଡ଼ା ନାହିଁ।
Follow Us