ବିଶ୍ବ ପିତୃ ଦିବସ ଅବସରରେ କେକେଙ୍କୁ ମନେପକାଇ ଭାବପ୍ରବଣ ପୋଷ୍ଟ୍‌ କଲେ ଝିଅ ତମାରା

Advertisment
ବିଶ୍ବ ପିତୃ ଦିବସ ଅବସରରେ କେକେଙ୍କୁ ମନେପକାଇ ଭାବପ୍ରବଣ ପୋଷ୍ଟ୍‌ କଲେ ଝିଅ ତମାରା

www.indiatoday.in

ମୁମ୍ବାଇ: ଗତ ମେ ୩୧ ତାରିଖରେ ପୂରା ବଲିଉଡ୍‌କୁ ଶୋକ ସାଗରରେ ଭସାଇ ପରଲୋକକୁ ଚାଲି ଯାଇଥିଲେ ସଭିଙ୍କ ଲୋକପ୍ରିୟ କଶ୍ଠଶିଳ୍ପୀ କେକେ। ମାତ୍ର ୫୩ ବର୍ଷ ବୟସରେ ଜୀବନ ହରାଇଥିବା କେକେଙ୍କ ପରିବାର ଉପରେ ଯେପରି ଦୁଃଖର କଳାବାଦଲ ଛାଇ ଯାଇଥିଲା। ଗତକାଲି ବିଶ୍ବ ପିତୃ ଦିବସ ଅବସରରେ ବାପାଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ୍‌ ଲେଖିଛନ୍ତି କେକେଙ୍କ ଝିଅ ତମାରା।

ତମାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ କରିଥିବା ପୋଷ୍ଟ୍‌ରେ ଲେଖିଛନ୍ତି, ‘ତୁମକୁ ହରାଇବାର ଯନ୍ତ୍ରଣା ମୁଁ ୧୦୦ ଥର ଭୋଗିବି ପଛେ ଗୋଟିଏ ସେକେଣ୍ଡ୍‌ ପାଇଁ ତୁମେ ଆଉ ଥରେ ମୋ ବାପା ହୋଇଯାଅ। ତୁମ ବିନା ମୋ ଜୀବନଟା ଅନ୍ଧକାରମୟ। ତୁମ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତକୁ ମୁଁ ମନେ ପକାଉଛି। ଆମ ଜୀବନକୁ ତୁମେ ସୁଖ, ସୁରକ୍ଷା ଓ ସୌଭାଗ୍ୟରେ ଭରି ଦେଇଥିଲ।’

ଉଲ୍ଲେଖଯୋଗ୍ୟ,  ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ ଭାବେ ଲୋକପ୍ରିୟ)ଙ୍କର ମେ ୩୧ ତାରିଖରେ ଦେହାନ୍ତ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚଠାରେ ଏକ ସଂଗୀତ ସମାରୋହରେ ଯୋଗ ଦେବାକୁ ସେ  ଯାଇଥିଲେ। ସଂଗୀତ ପରିବେଷଣ ପରେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ରାତି ପ୍ରାୟ  ୧୦ଟାରେ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe