ଭାଲେନ୍‌ଣ୍ଟାଇନ୍ସ୍ ଡେ’ ପାଇଁ କେକେଙ୍କ ପ୍ରେମଭରା ଉପହାର

Advertisment
ଭାଲେନ୍‌ଣ୍ଟାଇନ୍ସ୍ ଡେ’ ପାଇଁ କେକେଙ୍କ ପ୍ରେମଭରା ଉପହାର

YouTube

ଆଗକୁ ଆସୁଛି ଭାଲେନ୍‌ଣ୍ଟାଇନ୍ସ୍ ଡେ’। ଯାହାକୁ ଆଖିଆଗରେ ରଖି ଓଲିଉଡ୍‌ ଅଭିନେତା କ୍ରିଷ୍ଣା କର ଓରଫ କେକେ ଓ ତାଙ୍କ ଟିମ୍ ପ୍ରସ୍ତୁତ କରିଛନ୍ତି ନୂଆ ସ୍ବାଦର ମ୍ୟୁଜିକ୍ ଭିଡିଓ ‘ତୋ ପାଇଁ ସାଥୀ’। ଏଥିରେ କେକେ ଅଭିନୟ ଦୁନିଆରୁ ପାଦେ ଆଗକୁ ବଢ଼ି କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି। ପ୍ରଯୋଜକ ଲିପୁ ଓ ସିପୁ ଏହାର ପ୍ରଯୋଜନା କରିଥିବା ବ‌େଳେ ସମ୍ଭବ ମାନସିଂ ଓ ପ୍ରିୟଙ୍କା ଏହି ପ୍ରେମ ଗୀତକୁ ପରଦାରେ ସଫଳ ଅଭିନୟ କରି ଜୀବନ୍ତ କରିଛନ୍ତି। ତାଙ୍କ ଅଭିନୀତ ବହୁ ହିଟ୍ ଆଲବମ୍ ଓ ଧାରାବାହିକ ଓଲିଉଡ଼୍ ଦର୍ଶକଙ୍କ ମନକୁ ଛୁଇଁଥିଲା ବେଳେ ଏହି ଧାରାବାହିକ ମଧ୍ୟ ସମସ୍ତଙ୍କ ଲୋକପ୍ରିୟ ହେବ ବୋଲି ଆଶା ରଖିଛନ୍ତି ଦୁଇ କଳାକାର। ଏନ୍ଏନ୍ ଫିଲ୍ମ ପ୍ରଡକ୍ସନ୍ ଏହି ମ୍ୟୁଜିକ ଭିଡିଓ ଆଗାମୀ ଦିନରେ ରିଲିଜ୍ ହୋଇ ଦର୍ଶକଙ୍କ ପ୍ରଶଂସା ସାଉଣ୍ଟିବ ବୋଲି ଆଶାରଖିଛନ୍ତି କେକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe