‘ଦି କପିଲ ଶର୍ମା ସୋ’ରେ ନଜର ଆସିଲେ ବଲିଉଡ୍ ରାପ୍ପର ଓଡ଼ିଆ ଝିଅ ଲିସା ମିଶ୍ର

‘ଦି କପିଲ ଶର୍ମା ସୋ’ରେ ନଜର ଆସିଲେ ବଲିଉଡ୍ ରାପ୍ପର ଓଡ଼ିଆ ଝିଅ ଲିସା ମିଶ୍ର

Soundbox

ମୁମ୍ବାଇ: ଅନ୍ତର୍ଜାତୀୟ ଧାବିକା ତଥା ଓଡ଼ିଆ ଝିଅ ଦୁତି ଚାନ୍ଦ ଲୋକପ୍ରିୟ କମେଡି ସୋ ‘ଦି କପିଲ ଶର୍ମା ସୋ’ରେ ନଜର ଆସିବା ପରେ ଏବେ ଆଉ ଜଣେ ଓଡ଼ିଆ ଝିଅ ନଜର ଆସିଛନ୍ତି | ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ସୋ’ରେ ଆଜି ଓଡ଼ିଆ ଝିଅ ତଥା ବଲିଉଡ ସଂଗୀତ ଜଗତର ଜଣାଶୁଣା ରାପର ଲିସା ମିଶ୍ରଙ୍କୁ ଦେଖିବାକୁ ମିଳିଛି | ବଲିଉଡର ଜଣାଶୁଣା ରାପର ବାଦଶାହାଙ୍କ ସହ ଲିସା ନଜର ଆସିଛନ୍ତି |

ଆସନ୍ତା ଡିସେମ୍ବର ୨୭ରେ ରିଲିଜ ଅପେକ୍ଷାରେ ଥିବା ଫିଲ୍ମ ‘ଗୁଡ଼ ନ୍ୟୁଜ’ର ହିଟ ଗୀତ ‘ଚଣ୍ଡିଗଡ଼ ମେଁ...’କୁ ବାଦଶାହଙ୍କ ସହ ଲିସା ଗାଇଛନ୍ତି | ଏହା ପୂର୍ବରୁ ଲିସାଙ୍କର ‘ଦି ୱଖରା..’ ଗୀତ ହିଟ ସାବ୍ୟସ୍ତ ହୋଇଥିଲା | ଏହି ଗୀତଟି ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ସବୁଠାରୁ ଚର୍ଚ୍ଚିତ ଗୀତ ଥିଲା | ଏଠାରେ ସୂଚନା ଥାଉ କି ବଲିଉଡର ଦୁଇ ଜଣାଶୁଣା ନାୟିକା ବେବୋ କରିନା କପୁର ଓ ସୋନମ କପୁରଙ୍କର  ଖାସ୍ ଡକରାରେ ବିଦେଶରେ ରହୁଥିବା ଲିସା ବଲିଉଡ୍ ଆସିଥିଲେ।

publive-image Elle Magazine

ଉଲ୍ଲେଖଯୋଗ୍ୟ, ଲିସା ବୃତ୍ତିଗତ ଭାବେ କଣ୍ଠଶିଳ୍ପୀ ନ ହେଲେ ବି ସଂଗୀତ ପ୍ରତି ତାଙ୍କର ଗଭୀର ରୁଚି ରହିଛି। ସେ 'ବୀରେ ଦି ୱେଡିଂ' ଚଳଚ୍ଚିତ୍ରର ଗୀତ 'ତାରିଫାନା..' ଏବଂ 'ଲେଟ୍ ମି ଲଭ୍ ୟୁ'ର ଗୀତ 'ଡିଜେ ସ୍ନେକ୍' ଗୀତର ମାସଅପ୍ କରି ସୋସିଆଲ୍ ମିଡିଆରେ ଅପଲୋଡ କରିବା ପରେ ବଲିଉଡ୍ କଳାକାରଙ୍କ ନଜରକୁ ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe