ସ୍କୁଲରେ ପିଲାଙ୍କ ପାଇଁ ଖେଚୁଡି ବନାଇ ମାସକୁ ୧୫୦୦ ଟଙ୍କା ରୋଜଗାର କରୁଥିବା ମହିଳା ବନିଲେ କୋଟିପତି

ସ୍କୁଲରେ ପିଲାଙ୍କ ପାଇଁ ଖେଚୁଡି ବନାଇ ମାସକୁ ୧୫୦୦ ଟଙ୍କା ରୋଜଗାର କରୁଥିବା ମହିଳା ବନିଲେ କୋଟିପତି

ମୁମ୍ବାଇ: ମେଗା ରିୟାଲିଟି ସୋ’ ‘କୌନ ବନେଗା କରୋଡପତି’ ସିଜିନ -୧୧ ପ୍ରଥମ କୋଟିପତିଙ୍କୁ ଗତ ସପ୍ତାହରେ ପାଇ ସାରିଛି। ଯାହାଙ୍କ ନାମ ସନୋଜ ରାଜ ସେ ବିହାରର ଜେହେନାବାଦ୍‌ର ବାସିନ୍ଦା ଥିଲେ। ଖବ୍‌ଶୀଘ୍ର କେବିସିକୁ ଦ୍ୱିତୀୟ କୋଟିପତି ମିଳିବାକୁ ଯାଉଛି ବୋଲି କୁହାଯାଉଛି। ଯାହାଙ୍କ ନାମ ବବିତା ବୋଲି ଜଣାପଡ଼ିଛି।

publive-image

ସୋନି ଟିଭିର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ବବିତାଙ୍କୁ କୋଟିପତି ହେବାର ଏକ ଝଲକ ଦେଖିବାକୁ ମିଳୁଛି। ‘କୌନ୍‌ ବନେଗା କରୋଡପତି’ରେ ଭାଗ ନେଇଥିବା ବବିତା ଅମରାବତୀରେ ବସବାସ କରନ୍ତି। ଚଳିତ ସପ୍ତାହରେ ସେ ସୋ’ରେ ନଜର ଆସିବେ। ବବିତାଙ୍କ ଜୀବନ ସଂଘର୍ଷରେ ଭରି ରହିଛି।

publive-image

ଅମିତାଭ ବଚ୍ଚନ ବବିତାଙ୍କୁ ପଚାରୁଛନ୍ତି କି ତୁମର ମାସିକ ବେତନ କେତେ? ଯାହାର ଯବାବରେ ବବିତା ହସିହସି କହୁଛନ୍ତି କି ତାଙ୍କର ମାସିକ ଦରମା ୧୫୦୦ଟଙ୍କା। ଏହା ଶୁଣି ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇପାରୁଛନ୍ତି ମାତ୍ର ୧୫୦୦ଟଙ୍କା ! ବବିତା ସ୍କୁଲରେ ପିଲାଙ୍କ ପାଇଁ ଖେଚୁଡି
ବନାଇ ମାସକୁ ୧୫୦୦ଟଙ୍କା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe