କୃଷକଙ୍କ ପୁଅ ହେଲେ ‘କୌନ ବନେଗା କରୋଡ଼ପତି’ରେ ପ୍ରଥମ କୋଟିପତି, ଜିତି ପାରିବେ କି ୭କୋଟି ଟଙ୍କା !

Advertisment
କୃଷକଙ୍କ ପୁଅ ହେଲେ ‘କୌନ ବନେଗା କରୋଡ଼ପତି’ରେ ପ୍ରଥମ କୋଟିପତି, ଜିତି ପାରିବେ କି ୭କୋଟି ଟଙ୍କା !

ନୂଆଦିଲ୍ଲୀ: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ସୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣରେ ଏଯାବତ କୋଟପତି ପ୍ରଶ୍ନ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀ ପହଁଞ୍ଚି ପାରିଛନ୍ତି, କିନ୍ତୁ କେହି କୋଟିପତି ହୋଇପାରି ନାହାନ୍ତି।

ଅଗଷ୍ଟ ୧୯ରେ ଆରମ୍ଭ ହୋଇଥିବା କେବିସି ୧୧ତମ ସଂସ୍କରଣରେ ଜଣେ କୃଷକଙ୍କ ପୁଅ ପ୍ରଥମ କୋଟିପତି ହୋଇଛନ୍ତି। ବିହାରର ସରୋଜ ରାଜ୍‌ କୋଟିପତି ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି। ସରୋଜ ବିହାର ଜହାନାବାଦରେ ବସବାସ କରନ୍ତି। ତାଙ୍କ ପରିବାର ଚାଷ କାମ କରିଥାଆନ୍ତି। ଭବିଷ୍ୟତରେ ସେ ଜଣେ ଆଇଏଏସ୍‌ ଅଫିସର ହୋଇ ସମାଜ ସେବା କରିବାର ଇଚ୍ଛା ରଖିଛନ୍ତି।

publive-image

ସରୋଜ ରାଜଙ୍କ କୋଟିପତି ହେବାର ଅଧ୍ୟାୟ ଖୁବ୍‌ଶୀଘ୍ର ପ୍ରସାରଣ ହେବ। ଏହି ଅଧ୍ୟାୟର ଝଲକ ସୋନି ଟିଭିର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ଜାରି କରାଯାଇଛି। ‘କୌନ ବନେଗା କରୋଡ଼ପତି’ ସୋ’ରେ ଅମିତାଭ ବଚ୍ଚନ ସରୋଜଙ୍କ ନାମ ଘୋଷଣା କରିବା ପରେ ସେ ଖୁସିରେ ଆତ୍ମହରା ହୋଇଯାଇଥିଲେ। କେବଳ ଏକ କୋଟି ଟଙ୍କା ନୁହେଁ, ୭କୋଟି ଜିତିବାର ସୁଯୋଗ ତାଙ୍କ ପାଖରେ ରହିଛି। ତେବେ ସେ ଏହା ଜିତି ପାରୁଛନ୍ତି କି ନାହିଁ ତାହା ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe