Hindi News - India TV
ମୁମ୍ବାଇ: ସଫଳତା ମିଳିବା ପରେ କିଛି କଳାକାରମାନେ ନିଜକୁ ସମସ୍ତଙ୍କ ଠାରୁ ବଡ଼ ବୋଲି ମାନି ନେଇଥାନ୍ତି। ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। କିନ୍ତୁ ଏବେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସାଉଥ୍ ସୁପରଷ୍ଟାର କ୍ରୀତି ଖରବନ୍ଦା ଏବେ ଏବେ ବଲିଉଡରେ ପାଦ ଦେଇଥିବା ବେଳେ ତାଙ୍କୁ ଗୋଟେ ପରେ ଗୋଟେ ସଫଳତା ମିଳିବାରେ ଲାଗିଛି। ୨୦୧୯ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ 'ହାଉସଫୁଲ୍-୪' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ତାଙ୍କର ଆଗାମୀ ଫିଲ୍ମ 'ପାଗଲପନ୍ତି' ରିଲିଜ୍ ହେବାକୁ ଯାଉଛି। ଟ୍ରେଲରରୁ ଫିଲ୍ମଟି ହିଟ୍ ହେବ ବୋଲି ଲୋକେ ଅନୁମାନ କରୁଥିବା ବେଳେ ଏବେ ନିଜର ନଖରା ପାଇଁ କ୍ରୀତିଙ୍କ ହାତରୁ ଏକ ବଡ଼ ପ୍ରୋଜେକ୍ଟ ଚାଲି ଯାଇଥିବା ଜଣା ପଡ଼ିଛି।
ଲାଗାତାର ସଫଳତା ମିଳୁଥିବାରୁ ତାଙ୍କର ନଖରା ବଢ଼ି ଯାଇଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ତାଙ୍କର ଏଭଳି ଗୁଣ ପାଇଁ ତାଙ୍କୁ ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିନେତା ଇମ୍ରାନ ହାସମୀଙ୍କ ସହ କାମ କରିବାର ସୁଯୋଗ ହରାଇବାକୁ ପଡ଼ିଛି। ସୂଚନା ମୁତାବକ, ଫିଲ୍ମ 'ଚେହେରେ' କ୍ରୀତିଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ସେ ଫିଲ୍ମର ସୁଟିଂ ସମୟରେ ଅନେକ ଦୃଶ୍ୟକୁ ନିଜ ହିସାବରେ କରିବାକୁ ଚାହିଁଥିଲେ। ନିର୍ଦ୍ଦେଶକ ତାଙ୍କ ହିସାବରେ କିଛି ଦୃଶ୍ୟ ବଦଳାଇଥିବା ବେଳେ ବାରମ୍ବାର ଏଭଳି ହେବାରୁ ତାଙ୍କୁ ଫିଲ୍ମ ନିର୍ମାତା ବାହାରର ରାସ୍ତା ଦେଖାଇ ଦେଇଥିବା ଜଣା ପଡ଼ିଛି। କ୍ରୀତିଙ୍କ ପରେ ନିର୍ମାତା ଏବେ ନୂଆ ଅଭିନେତ୍ରୀ ଖୋଜିବା ଆରମ୍ଭ କରିବା ସହ ପୁଣି ଥରେ ଫିଲ୍ମର ସୁଟିଂ ହୋଇ ଯାଇଥିବା ଭାଗ ସୁଟ୍ କରାଯିବ ବୋଲି ସୂଚନା ମିଳିଛି।
Follow Us