କ୍ରିତି ସାନନ୍‌ କରୋନା ପଜିଟିଭ୍‌

Advertisment
କ୍ରିତି ସାନନ୍‌ କରୋନା ପଜିଟିଭ୍‌

ଅଭିନେତା ବରୁନ ଧାୱନ ଓ ବରିଷ୍ଠ ଅଭିନେତ୍ରୀ ନୀତୁ କପୁରଙ୍କ ପରେ ଏବେ ଅଭିନେତ୍ରୀ କ୍ରିତି ସାନନ୍‌ ବି କରୋନା ସଂକ୍ରମିତ ହୋଇଛନ୍ତି। କ୍ରିତି କିଛି ଦିନ ତଳେ ଅଭିନେତା ରାଜକୁମାର ରାଓଙ୍କ ସହ ଚଳଚ୍ଚିତ୍ରର ସୁଟିଂ ସାରି ଚଣ୍ଡୀଗଡ଼ରୁ ଫେରିଥିଲେ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ଅପ୍‌ଡେଟ୍‌ ବି କରିଥିଲେ। କିନ୍ତୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ କୌଣସି ପୋଷ୍ଟ ଏଯାଏ ସାମାଜିକ ଗଣମାଧ୍ୟମରେ କରିନାହାନ୍ତି। ସେ ମୁମ୍ବାଇ ଫେରିବା ପରେ କ୍ୟାମେରାମ୍ୟାନ୍‌ମାନଙ୍କୁ କହିଛନ୍ତି, ସମସ୍ତ ସଚେତନତା ସତ୍ତ୍ବେ ଏଭଳି ହେବା ଦୁର୍ଭାଗ୍ୟଜନକ। ମୁଁ ଗୋଟିଏ ‌‌ସେକେଣ୍ଡ ପାଇଁ ବି ମୁହଁରୁ ମାସ୍କ କାଢ଼ିବାକୁ ଚାହେନାହିଁ। ଆଗରୁ ମଧ୍ୟ ରାଜ୍‌ ମେହେଟାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜୁଗ୍‌ ଜୁଗ୍‌ ଜି‌ୟୋ’ର ସୁଟିଂ କରୁଥିବା‌ ସମୟରେ ବରୁଣ ଓ ନୀତୁ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ଚଳଚ୍ଚିତ୍ରର ସୁଟିଂକୁ ଏବେ ବନ୍ଦ କରି ଦିଆଯାଇଛି। ସେମାନଙ୍କ ସହ-କଳାକାର ଅନୀଲ କପୁର ଓ କିଆରା ଆଡ୍‌ଭାନି ମଧ୍ୟ ଏହା ପରେ କରୋନା ପରୀକ୍ଷା କରାଇଥିଲେ। କିନ୍ତୁ ସେମାନେ ସଂକ୍ରମିତ ହୋଇନଥିବା ଟେଷ୍ଟ୍‌ରେ ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe