ବ୍ଲଗ ସେୟାର କରି କାନ୍ଦୁଛନ୍ତି ଅରମାନଙ୍କ ଦ୍ବିତୀୟ ସ୍ତ୍ରୀ, ମାଗୁଛନ୍ତି ସାହାଯ୍ୟ

Advertisment
ବ୍ଲଗ ସେୟାର କରି କାନ୍ଦୁଛନ୍ତି ଅରମାନଙ୍କ ଦ୍ବିତୀୟ ସ୍ତ୍ରୀ, ମାଗୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ: ୟୁଟ୍ୟୁବର ଅରମାନ ମଲିକ ନିଜର ବ୍ୟକ୍ତିଗତ ଓ ପେସାଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି। ଅରମାନ ନିଜର ବ୍ୟକ୍ତିଗତ ଜୀବନକୁ ତାଙ୍କ ଅନୁଗାମୀମାନଙ୍କ ସହିତ ଖୋଲାଖୋଲି ଭାବେ ଆଲୋଚନା କରିଥାଆନ୍ତି।

ନିକଟରେ ଅରମାନଙ୍କ ଦ୍ବିତୀୟ ସ୍ତ୍ରୀ କ୍ରିତିକା ମଲିକ ତାଙ୍କର ଏକ ବ୍ଲଗ ସେୟାର କରିଛନ୍ତି। ଏହି ବ୍ଲଗରେ ସେ ଖୁବ ଦୁଃଖୀ ଥିବା ବେଳେ କାନ୍ଦୁଥିବା ବି ଦେଖିବାକୁ ମିଳୁଛି। ଏହି ବ୍ଲଗରେ କ୍ରିତିକା  କାନ୍ଦିକାନ୍ଦି କହୁଛନ୍ତି, ‘ମୋର ଇନଷ୍ଟାଗ୍ରାମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଯେଉଁ କାରଣରୁ ମୋର ଭିଡିଓ ଦେଖି ପାରୁ ନାହିଁ। ଆପଣମାନେ ତ ଜାଣିଛନ୍ତି ମୋର ଏବେ ଛୋଟ ଛୁଆଟେ। ତା’ ପାଖରୁ ସମୟ ବାହାର କରି ବହୁତ କଷ୍ଟରେ ଭିଡିଓ କରୁଛି। କିନ୍ତୁ ଏହି ପରିଶ୍ରମ ମୋର ବୃଥା ହୋଇଯାଇଛି। ମୋର ଇନଷ୍ଟାରୁ ସମସ୍ତ ଡ୍ରାଫ୍ଟ ଉଡ଼ି ଯାଇଛି।  ସେଥିରେ ପାଖାପାଖି ୩୫ଟି ଭିଡିଓ ଥିଲା।  ମୋତେ ଦୟା କରି ସାହାଯ୍ୟ କରନ୍ତୁ। ଯଦି ଏବିଷୟରେ କେହି ଜାଣିଛନ୍ତି ମୋତେ ଜଣାଇବେ। ‌କିଭଳି ଭାବେ ଡ୍ରାଫରୁ ମୋର ଭିଡିଓ ଫେରି ଆସିବ ମୋତେ ସୂଚନା ଦେବେ।

ଅରମାନ, ପାୟଲ ଓ କ୍ରିତିକା ପ୍ରାୟତଃ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବ୍ଲଗ ସେୟାର କରି ଥାଆନ୍ତି। ଆଉ ତାଙ୍କ ଅନୁଗାମୀମାନେ ବି ଏହି ତିନିଜଣଙ୍କ ବ୍ଲଗକୁ ଦେଖିବା ପାଇଁ ଅପେକ୍ଷା କରି ରହିଥାଆନ୍ତି। ଅରମାନଙ୍କ ପୂର୍ବରୁ ଗୋଟିଏ ପୁତ୍ର ସନ୍ତାନ ଥିବା ବେଳେ ନିକଟରେ ସେ ତିନିଜଣ ସନ୍ତାନଙ୍କ ବାପା ହୋଇଛନ୍ତି। ଅରମାନଙ୍କ ପ୍ରଥମ ସ୍ତ୍ରୀ ପାୟଲ ଦୁଇଟି ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦ୍ବିତୀୟ ସ୍ତ୍ରୀ କ୍ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe