ଅବସାଦଗ୍ରସ୍ତ ଥିବା ଜାଣି ବି ମାମୁ ଗୋବିନ୍ଦା ମୋତେ ସାହାଯ୍ୟ କରିନଥିଲେ: କ୍ରିଷ୍ଣା ଅଭିଷେକ

Advertisment
ଅବସାଦଗ୍ରସ୍ତ ଥିବା ଜାଣି ବି ମାମୁ ଗୋବିନ୍ଦା ମୋତେ ସାହାଯ୍ୟ କରିନଥିଲେ: କ୍ରିଷ୍ଣା ଅଭିଷେକ

ମୁମ୍ବାଇ: ଅନେକ ସଂଘର୍ଷ ପରେ ଶେଷରେ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କୁ ମିଳିଛି ନୂଆ ପରିଚୟ। ଫିଲ୍ମଠାରୁ ଆରମ୍ଭ କରି ମ୍ୟୁଜିକ୍ ଭିଡିଓରେ ନିଜ ଭାଗ୍ୟ ପରୀକ୍ଷା କରିବା ପରେ ଏବେ ହାସ୍ୟ ଅଭିନେତା ଭାବେ ତାଙ୍କୁ ଏକ ନୂଆ ପରିଚୟ ଦେଇଛି କପିଲ ଶର୍ମା ସୋ’। ତେବେ ଆଜି ଲୋକପ୍ରିୟ ହୋଇପାରିଥିବା କ୍ରିଷ୍ଣାଙ୍କ ଯାତ୍ରା ଏତେ ସହଜ ନଥିଲା। ଦିନେ ତାଙ୍କୁ ଅବସାଦଗ୍ରସ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏକ ସାକ୍ଷାତକାରେ କ୍ରିଷ୍ଣା ନିଜ ସହ ଘଟିଥିବା ଘଟଣାବଳୀ ବିଷୟରେ ଜଣାଇଛନ୍ତି।

ତାଙ୍କ କହିବା ମୁତାବକ, ୧୮ ବର୍ଷ ବୟସରେ ମୁଁ ହିରୋ ହେବା ପାଇଁ ଶିମଲାରୁ ମୁମ୍ବାଇକୁ ଆସିଥିଲି। ସେ ସମୟରେ ମୋ ବାପା ଅବ୍ବାସ ମସ୍ତାନଙ୍କର ଆସିଷ୍ଟାଣ୍ଟ ଥିଲେ। ସେ ସମୟରେ ମୋତେ ଫିଲ୍ମ ଅଫର କରାଯିବାରୁ ଅଭିନୟ ବିଷୟରେ କିଛି ନଜାଣି ମୁଁ ଫିଲ୍ମ କରିବାକୁ ହଁ ଭରିଥିଲି, ଯାହା ମୋ ପାଇଁ କାଳ ହେଲା। ଫିଲ୍ମଟି ଫ୍ଲପ ହେବା ସହ ମୋତେ କାମ ମିଳିଲା ନାହିଁ। ବିଭିନ୍ନ ଇଣ୍ଡଷ୍ଟ୍ରିରେ ମୁଁ ମୋ ଭାଗ୍ୟ ପରୀକ୍ଷା କରିଥିଲେ ବି ମୋତେ ସଫଳତା ମିଳିନଥିଲା। ପରେ ଲଗାତାର ୨ବର୍ଷ ପର୍ଯ୍ୟନ୍ତ ମୋତେ କୌଣସି କାମ ନମିଳିବାରୁ ମୁଁ ଘରେ ବସିରହିଥିଲି। ଏହି ସମୟରେ ମୁଁ ଅବସାଦଗ୍ରସ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି। ମାମୁଁ ଗୋବିନ୍ଦା ସବୁ ଜାଣିଥିବା ସତ୍ତ୍ବେ ବି ମୋତେ ସାହାଯ୍ୟ କଲେ ନାହିଁ, କାରଣ ମୁଁ ନିଜେ ମୋର ଲଢ଼େଇ ଲଢ଼ି ବିଜୟ ହୁଏ ବୋଲି ସେ ଚାହୁଁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe