Advertisment

ଭୟାବହ ଦୁର୍ଘଟଣାର ଶିକାର ହେଲେ ହାସ୍ୟ ଅଭିନେତାଙ୍କ ସ୍ତ୍ରୀ

Advertisment

ଇନଷ୍ଟାଗ୍ରାମରେ କାଶ୍ମୀରା ଶାହା ସେୟାର କରିଥିବା ଫଟୋରେ ତାଙ୍କ ପୋଷାକ ଦୃଶ୍ୟମାନ ହେଉଛି। ଏହି ପୋଷାକ ସମ୍ପୂର୍ଣ୍ଣ ଭାବେ ରକ୍ତରେ ବୁଡି ଯାଇଥିବା ଦେଖିବାକୁ ମିଳୁଛି। 

ଇନଷ୍ଟାଗ୍ରାମରେ କାଶ୍ମୀରା ଶାହା ସେୟାର କରିଥିବା ଫଟୋରେ ତାଙ୍କ ପୋଷାକ ଦୃଶ୍ୟମାନ ହେଉଛି। ଏହି ପୋଷାକ ସମ୍ପୂର୍ଣ୍ଣ ଭାବେ ରକ୍ତରେ ବୁଡି ଯାଇଥିବା ଦେଖିବାକୁ ମିଳୁଛି। 

weqw

ନୂଆଦିଲ୍ଲୀ: ଜଣାଶୁଣା ହାସ୍ୟ ଅଭିନେତା କୃଷ୍ଣା ଶାହାଙ୍କ ପତ୍ନୀ ତଥା ଅଭିନେତ୍ରୀ କାଶ୍ମୀରା ଶାହା ଏକ ଭୟାବହର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। 

ନିକଟରେ କାଶ୍ମୀରା ଶାହା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଭଗବାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ‘ଭଗବାନଙ୍କ କୃପାରୁ ମୋର ଜୀବନ ବଞ୍ଚି ଯାଇଛି। ନଚେତ ଦୁର୍ଘଟଣା ଅତ୍ୟନ୍ତ ଭୟାନକ ଥିଲା। ଏକ ବଡ଼ଦୁର୍ଘଟଣାରୁ ଭଗବାନ ମୋ‌ତେ ବଞ୍ଚାଇ ଆଣିଛନ୍ତି। ମୁଁ ଦ୍ବିତୀୟ ଜନ୍ମ ପାଇଲା ଭଳି ଲାଗୁଛି।’ 

କାଶ୍ମୀରାଙ୍କ ଏହି ପୋଷ୍ଟ ପ‌ରେ ଉଭୟ କୃଷ୍ଣା ଶାହା ଏବଂ କାଶ୍ମୀରାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।  ରୋହିତ ବର୍ମା ଏବଂ ଅନ୍ୟାନ୍ୟ ସେଲିବ୍ରେଟମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।

ଇନଷ୍ଟାଗ୍ରାମରେ କାଶ୍ମୀରା ଶାହା ସେୟାର କରିଥିବା ଫଟୋରେ ତାଙ୍କ ପୋଷାକ ଦୃଶ୍ୟମାନ ହେଉଛି। ଏହି ପୋଷାକ ସମ୍ପୂର୍ଣ୍ଣ ଭାବେ ରକ୍ତରେ ବୁଡି ଯାଇଥିବା ଦେଖିବାକୁ ମିଳୁଛି। 

କାଶ୍ମୀରାଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସମାନେ ତାଙ୍କ ସ୍ବାସ୍ଥ୍ୟଅବସ୍ଥା ଏବେ କିପରି ଅଛି ତାହା ଜାଣିବାକୁ ଚାହିଁଥିଲେ। ଫ୍ୟାନ୍ସମାନଙ୍କ ଏତେ ମାତ୍ରାରେ ଭଲପାଇବା ଓ ଚିନ୍ତା ଦେଖି କୃଷ୍ଣା ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଭଗବାନଙ୍କ କୃପାରୁ କାଶ୍ମୀରା ବର୍ତ୍ତମାନ ଭଲ ଅଛି। ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe