ପାଦ ଛୁଇଁ ମାମୁଁଙ୍କୁ ସ୍ୱାଗତ କରିବି; ଗୋବିନ୍ଦାଙ୍କୁ ନେଇ ଏଭଳି କହିଲେ କାଶ୍ମୀରା

Advertisment
ପାଦ ଛୁଇଁ ମାମୁଁଙ୍କୁ ସ୍ୱାଗତ କରିବି; ଗୋବିନ୍ଦାଙ୍କୁ ନେଇ ଏଭଳି କହିଲେ କାଶ୍ମୀରା

abplive

ମୁମ୍ବାଇ: ଖୁବଶୀଘ୍ର ବିବାହ କରିବେ ଗୋବିନ୍ଦାଙ୍କ ଭାଣିଜୀ ତଥା ଟିଭି ଅଭିନେତ୍ରୀ ଆରତୀ ସିଂ। ଏପ୍ରିଲ ୨୫ରେ ଜଣେ ବ୍ୟବସାୟୀଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। ଏବେ ବିବାହ ପାଇଁ ଆରତୀ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି। ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ, ଆରତୀ ପ୍ରେମ ବିବାହ କରୁଛନ୍ତି। ହେଲେ ପରେ ଆରତୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ପ୍ରସ୍ତାବିତ ବିବାହ ହେବ। ମୁମ୍ବାଇର ବ୍ୟବସାୟୀ ଦୀପକ ଚୌହାନଙ୍କୁ ସେ ବିବାହ କରିବେ।

ଏବେ ବିବାହ ପୂର୍ବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆରତୀଙ୍କ ପରିବାର ମାମୁଁ ତଥା ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କୁ ଅପେକ୍ଷା କରିଥିବା ଜଣାପଡିଛି | ଆରତୀଙ୍କ ଭାଉଜ ତଥା ଅଭିନେତ୍ରୀ କାଶ୍ମୀରା ଶାହ ପାଦ ଛୁଇଁ ଗୋବିନ୍ଦାଙ୍କ ସ୍ୱାଗତ କରିବେ ବୋଲି କହିଛନ୍ତି |

ଗତ କିଛି ବର୍ଷ ହବ ଆରତୀଙ୍କ ଭାଇ ତଥା ହାସ୍ୟ ଅଭିନେତା କୃଷ୍ଣା ଅଭିଷେକ ଓ ଗୋବିନ୍ଦାଙ୍କ ମଧ୍ୟରେ ଝଗଡା ଲାଗି ରହିଛି, ଯାହାର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ | ଏହାକୁ ନେଇ କାଶ୍ମୀରା କହିଛନ୍ତି ଯେ, "ମାମୁଁ ଆମ ଉପରେ ରାଗିଛନ୍ତି | ଯଦି ସେ ଆମ ଉପରେ ରାଗି ଆମ ବିବାହକୁ ଆସିନଥାନ୍ତେ ତାହେଲେ ଚଳିଥାନ୍ତା | ହେଲେ ଆରତୀଙ୍କ ସହ ତାଙ୍କର କୌଣସି ଝଗଡା ନାହିଁ | ପୁରୁଣା କଥା ଭୁଲି ଯଦି ସେ ଆରତୀଙ୍କ ବିବାହକୁ ଆସିବେ ତେବେ ଆମେ ବହୁତ ଖୁସି ହେବୁ |"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe