ଆଇଟମ୍ ଗୀତରେ ବାବୁଙ୍କ ସହ ନାଚିଲେ କୁକିଜ୍

Advertisment

ଏବେ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ନାୟିକାମାନେ ଆଇଟମ୍ ନମ୍ବର କରିବାକୁ ଆଗେଇ ଆସୁଛନ୍ତି। ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଏଲିନା, ଦିବ୍ୟା, ଅନନ୍ୟା, ଅଙ୍କିତା ଦାଶ, ଲଭ୍‌ଲି, ଅନୁଭା, ସୁପ୍ରିୟା, ରୀୟା ଓ ଜୀନାଙ୍କ....

ଏବେ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ନାୟିକାମାନେ ଆଇଟମ୍ ନମ୍ବର କରିବାକୁ ଆଗେଇ ଆସୁଛନ୍ତି। ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଏଲିନା, ଦିବ୍ୟା, ଅନନ୍ୟା, ଅଙ୍କିତା ଦାଶ, ଲଭ୍‌ଲି, ଅନୁଭା, ସୁପ୍ରିୟା, ରୀୟା ଓ ଜୀନାଙ୍କ....

dvdvdvdv

ଏବେ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ନାୟିକାମାନେ ଆଇଟମ୍ ନମ୍ବର କରିବାକୁ ଆଗେଇ ଆସୁଛନ୍ତି। ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଏଲିନା, ଦିବ୍ୟା, ଅନନ୍ୟା, ଅଙ୍କିତା ଦାଶ, ଲଭ୍‌ଲି, ଅନୁଭା, ସୁପ୍ରିୟା, ରୀୟା ଓ ଜୀନାଙ୍କ ପରି ଆଗଧାଡ଼ିର ନାୟିକାମାନେ ଆଇଟମ୍ ନମ୍ବର କରି ବେଶ୍‌ ଚର୍ଚ୍ଚିତ ବି ହୋଇଛନ୍ତି। ଏବେ ଏହି ତାଲିକାରେ ଆଉ ଏକ ନାଆଁ ଯୋଡ଼ିହୋଇଛି। ସେ ହେଲେ ‘କସ୍ତୁରୀ’ ଓ ‘ହାଫ୍ ଲଭ୍‌ଷ୍ଟୋରି’ ଭଳି ଓଡ଼ିଆ ଛବି ଓ ‘ଆସ୍ତିକ ନାସ୍ତିକ’, ‘ମା ପେଟରୁ ମୁଁ ଜଗତଜିତା’ ଓ ‘ତୋ ବିନୁ ଅନ୍ୟ ଗତି ନାହିଁ’ ଭଳି ଟେଲିସିନେମା ଏବଂ ‘ରକ୍ତତୀର୍ଥ’ ଭଳି ୱେବ୍ ସିରିଜ୍‌ର ନାୟିକା କୁକିଜ୍ ସ୍ବାଇଁ। ବାବୁସାନ୍‌ଙ୍କ ଅଭିନୀତ ‘ବୋଉ ବୁଟୁ ଭୂତ’ରେ ପ୍ରଥମଥର ପାଇଁ ଆଇଟମ୍ ଗାର୍ଲ ସାଜିଛନ୍ତି କୁକିଜ୍‌। ଏଥିରେ ଥିବା ‘ଡୁଙ୍ଗୁଥିଲି...’ ଗୀତରେ ନଜର ଆସିବେ ସେ। ଏହି ଆଇଟମ୍ ଗୀତରେ ବାବୁସାନ୍ ଓ କୁକିଜ୍‌ଙ୍କ ବ୍ୟତୀତ ବଣ୍ଟି ଅନୁଗୁଳିଆ ଓ ଉଦିତ ଗୁରୁଙ୍କୁ ବି ଦେଖିବାକୁ ମିଳିବ। ଗୌରବ ଆନନ୍ଦଙ୍କ ସ୍ବର ସଂଯୋଜିତ ଏହି ଆଇଟମ୍ ନମ୍ବରରେ କଣ୍ଠଦାନ କରିଛନ୍ତି କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀ। ଏହି  ସିନେମାରେ କୁକିଜ୍‌ଙ୍କୁ ପ୍ରଥମଥର ଲାଗି ବାବୁସାନ୍‌ଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବାର ସୁଯୋଗ ମିଳିଛି।

ଏ ନେଇ କୁକିଜ୍ କହନ୍ତି, ‘‘ବାହାଘର ପରେ ଏହା ମୋର ପ୍ରଥମ ସିନେମା। ନିଜେ ବାବୁସାନ୍ ମହାନ୍ତି ପ୍ରଥମେ ଏହି ଆଇଟମ୍ ନମ୍ବର ଲାଗି ଆପ୍ରୋଚ୍ କରିଥିଲେ। 
ପରେ ପ୍ରଯୋଜିକା ତୃପ୍ତି ଶତପଥୀ ମ୍ୟାମ୍ ଓ କୋରିଓଗ୍ରାଫର୍ ଅମିତ ସାର୍ କଲ୍ କରିଥିଲେ। ବାବୁସାନ୍‌ଙ୍କ ସହ ସ୍କ୍ରିନ୍ ସେୟାର୍ କରିବାର ସୁଯୋଗ ହାତଛଡ଼ା କରିବାକୁ ଚାହିଲିନି। ଏଣୁ ହଁ ଭରିଥିଲି। ଦୁଇଦିନ ଧରି 
ଏହି ଗୀତର ସୁଟିଂ ହୋଇଥିଲା।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe