ଏହି କାରଣ ପାଇଁ ନିଜ ଝିଅ ସହ ରୋମାଣ୍ଟିକ୍ ଗୀତ ଗାଇବାକୁ ଚାହୁନାହାନ୍ତି କଣ୍ଠଶିଳ୍ପୀ କୁମାର ସାନୁ

Advertisment
ଏହି କାରଣ ପାଇଁ ନିଜ ଝିଅ ସହ ରୋମାଣ୍ଟିକ୍ ଗୀତ ଗାଇବାକୁ ଚାହୁନାହାନ୍ତି କଣ୍ଠଶିଳ୍ପୀ କୁମାର ସାନୁ

Firstpost

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ କୁୁମାର ସାନୁଙ୍କ ଝିଅ ‌ଶାନନ ଏବେ ତାଙ୍କ ବାପାଙ୍କ ପଥ ଅନୁସରଣ କରୁଛନ୍ତି। ଗୀତ ଗାଇ କୋଟି କୋଟି ଶ୍ରୋତାଙ୍କ ହୃଦୟରେ କୁମାର ସାନୁ ଘର କରିଥିବା ବେଳେ ଏବେ ତାଙ୍କ ଝିଅ ମଧ୍ୟ ଗୀତ ଗାଇ ଲୋକପ୍ରିୟତା ହାସଲ କରିବା ଆରମ୍ଭ କରିଛନ୍ତି। ୨୦୧୮ରୁ ସେ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ଏ ପର୍ଯ୍ୟନ୍ତ ସେ କଣ୍ଠଶିଳ୍ପୀ ସୋନୁ ନିଗମ, ଶାନ୍ ଓ ହିମେଶ ରେସମିୟାଙ୍କ ସହ ଗୀତ ଗାଇ ସାରିଛନ୍ତି।

Image result for kumar-sanu-and-shannon BollywoodShaadis.com

ଗତ ବର୍ଷ ‘ଇଟସ ମ୍ୟାଜିକାଲ..’ ଶୀର୍ଷକ ରୋମାଣ୍ଟିକ୍ ଗୀତ ରିଲିଜ୍ ହୋଇଥିଲା । ଏହି ଗୀତକୁ କୁମାର ସାନୁ ହିନ୍ଦୀରେ ଗାଇଥିବା ବେଳେ ତାଙ୍କ ଝିଅ ଏହାକୁ ଇଂରାଜୀ ଭାଷାରେ ଗାଇଥିଲେ। ତେବେ ଗୋଟେ ରୋମାଣ୍ଟିକ୍ ଗୀତକୁ ଦୁହେଁ ଭିନ୍ନ ଭାଷାରେ ଗାଇଥିବା ବେଳେ ଏକା ସାଙ୍ଗରେ କେବେ ହେଲେ ଝିଅ ସହ ରୋମାଣ୍ଟିକ୍ ଗୀତ ଗାଇବି ନାହିଁ ବୋଲି କହିଛନ୍ତି କୁମାର ସାନୁ।ତାଙ୍କ କହିବା ମୁତାବକ, ମୁଁ ଶାନନଙ୍କ ସହ ରୋମାଣ୍ଟିକ୍ ଗୀତ ଗାଇବାକୁ ଚାହୁନାହିଁ। ଯେହେତୁ ଆମ ମଧ୍ୟରେ ବାପ-ଝିଅର ସଂପର୍କ ରହିଛି, ସେଥିପାଇଁ ଅନ୍ୟ କଣ୍ଠଶିଳ୍ପୀମାନଙ୍କ ସହ ରୋମାଣ୍ଟିକ୍ ଗୀତ ଗାଇବା ଠିକ୍ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe